କୋମଳ ମତି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ

add-all

ଫୁଲବାଣୀ (୧୩/୧୦) : ମାଓ ଅଞ୍ଚଳକୁ ବାଲିଗୁଡା ବିଧାୟକ ଚକ୍ରମଣି କଂହରଙ୍କ ଅଚାନକ ଗସ୍ତ କରିଛନ୍ତି। କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳ ରଙ୍ଗାପାରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର ପରିବେଶକୁ ଅତି ନିକଟରୁ ଦେଖିଥିଲେ । ପାହାଡ ପର୍ବତ ଘେରା ବେଲଘର ପଞ୍ଚାୟତ ପ୍ରାକୃତିକ ପରିବେଶରେ ଭରପୁର ରହିଛି । ଏଠାକାର ସବୁଜିମା ଜଙ୍ଗଲ , ଝରଣା କୁଳୁକୁଳୁ ନାଦ , ସୁ ଉଚ୍ଚ ପାହାଡ ଓଡିଶାରେ ପ୍ରସିଦ୍ଧି ଲାଭ କରିଛି । ଏହି ସବୁଜ ବନାନୀ ପାହାଡ ଉପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି। ଆଦିବାସୀଙ୍କ ଉନ୍ନତି ପାଇଁ ଏହି ବାଳିକା ସରକାରୀ ବିଦ୍ୟାଳୟ 2008 ମସିହାରେ ସ୍ଥାପିତ ହୋଇଥିଲା। ତେବେ ବିଦ୍ୟାଳୟରେ ଆଦିବାସୀ ଛାତ୍ରୀ ମାନଙ୍କ ମନୋବଳ ବଢାଇବା ପାଇଁ ଏବଂ ପ୍ରାକୃତିକ ପରିବେଶ ଉପରେ ସମ୍ୟକ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଭୁଗୋଲ ପାଠ ପଢାଇଥିଲେ ବିଧାୟକ । ଭୁଗୋଳ ପାଠର ଉପାଦେୟତା ଆଜିକାଲି ବେଶ ଆବଶ୍ୟକତା ରହିଛି । ଏହା ଦ୍ବାରା ଦୁନିଆ ବିଷୟରେ ଜାଣି ପାରିବେ ବୋଲି ପିଲା ମାନଙ୍କୁ ବିଧାୟକ ବଝାଇଥିଲେ ।

ad-week
Leave A Reply

Your email address will not be published.