ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ

add-all

ବୁଗୁଡା : ତା ୧୪/୧୦/୨୨ : ବୁଗୁଡା ବ୍ଳକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କ୍ୟାନସର ରୋଗରେ ମୃତ୍ୟୁ ବରଣ କରିଥିବା ପିତବାସ ଗୌଡଙ୍କ ପରିବାରକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୋଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆସିଥିବା ଏକ ଲକ୍ଷ ପଞ୍ଚଚାଳିଶି
ହଜାର ଟଙ୍କାର ସହାୟତା ରାଶି ଚେକ୍ ଆକାରରେ ମୃତ ପିତବାସଙ୍କ ଧର୍ମପତ୍ନୀ ପିଙ୍କି ଗୌଡଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ଦୈତାରୀ ବେହେରା, ଗୋଲିଆ ପଞ୍ଚାୟତ ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନ, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.