ଶ୍ରମିକ କାର୍ଡ଼ କରାଇ ଦେବି କହି ସାଧାରଣ ଲୋକଙ୍କୁ ଠକି ଦୁଇ ଗିରଫ

add-all

ଦାରିଙ୍ଗବାଡ଼ି, ୧୪/୧୦, ଶ୍ରମିକ କାର୍ଡ଼ କରାଇ ଦେବାକୁ କହି ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି ଦୁଇ ଜଣ। ସେମାନେ ହେଲେ ଗଜପତି ଜିଲ୍ଲାର ଅଞ୍ଚଳର ଅତ୍ୟୁତ କୁମାର ଜେନା ଓ ରଞ୍ଜିତ ସିଂ ବୋଲି ଜଣାପଡ଼ିଛି। ଦୁଇ ଜଣ ଆଜି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କିରୀକୁଟି ଅଞ୍ଚଳରୁ ଶ୍ରମିକ କାର୍ଡ଼ କରି ଦେବାକୁ କହି ନିରୀହ ମହିଳା ଓ ପୁରୁଷଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଥିବା ବେଳେ ସେହି ସ୍ଥାନର କିଛି ଯୁବକ ତାଙ୍କୁ ସନ୍ଦେହ କରି ଶେଷରେ କାବୁ କରି ପୋଲିସ କୁ ହସ୍ତାନ୍ତର କରିଥିଲେ। ଏହି ଦୁଇ ଜଣଙ୍କ ନିକଟରେ ଶ୍ରମ କାର୍ଡ଼ କରିବା ପାଇଁ କୌଣସି ପ୍ରମାଣ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ଟଙ୍କା ଆଣିଥିବା କହିଛନ୍ତି। ଏହା ପୂର୍ବରୁ ଦାସିଙ୍ଗବାଡ଼ି ଗ୍ରାମରେ କିଛି ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ନେଇଥିବା ମଧ୍ୟ ପୋଲିସ ନିକଟରେ କହିଥିବା ଜଣାଯାଇଛି। ଘଟଣାର ତଦନ୍ତ ପରେ ହିଁ କେଉଁ ସବୁ ଅଞ୍ଚଳରୁ କେତେ ଟଙ୍କା ଠକି ନେଇଛନ୍ତି ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ଜଣାପଡ଼ିବ ବୋଲି ଥାନା ଅଧିକାରୀ କୌଶିକ ମାଝୀ କହିଛନ୍ତି।

ad-week
Leave A Reply

Your email address will not be published.