

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଭାରତୀୟ ମେଡିକାଲ ଏସୋସିଏସନ ସମ୍ମିଳନୀ କକ୍ଷ ରେ ଓଡିଶାର ବିଶିଷ୍ଟ ଅସ୍ଥି ଶଲ୍ୟ ବିଶାରଦ ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ବହୁ ବରିଷ୍ଠ ଚିିକିତ୍ସକ ଙ୍କ ସମେତ ବରିଷ୍ଠ କବି ସାହିତ୍ୟିକ ସାମ୍ବାଦିକ ଗଣମାଧ୍ୟମ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ଡାକ୍ତର ସାଗର ରଂଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସ୍ମୃତି ଚାରଣ ସଭା ରେ ଡାକ୍ତର ବିଜୟ କୁମାର ଷଡଙ୍ଗୀ ଙ୍କ ଜୀବନ ଦର୍ଶନ ,ସାରା ଜୀବନ କୃତି କୀର୍ତ୍ତି ଏବଂ ତାଙ୍କର ଗୁଣାବଳୀ ସଂପର୍କ ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ପ୍ରଫେସର ଡାକ୍ତର କେ ଏମ ପାଠୀ ପ୍ରଫେସର ଡାକ୍ତର ନାରାୟଣ ମିଶ୍ର ପ୍ରଫେସର ଡାକ୍ତର ରବିକୁମାର ଶତପଥୀ ପ୍ରଫେସର ଡାକ୍ତର ଉମା ଶଙ୍କର ମିଶ୍ର ପ୍ରଫେସର ଡାକ୍ତର ଅବନୀ କାନ୍ତ ମିଶ୍ର ପ୍ରଫେସର ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ପ୍ରଫେସର ଡ ସନ୍ତୋଷ କୁମାର ଦାଶ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଡ ସୁଧାଂଶୁ ପତି ରାଜେନ୍ଦ୍ର କୁମାର ଜେନା ଙ୍କ ସମେତ ବରିଷ୍ଠ ଚିିକିତ୍ସକ ଗୁଣୀ ଜ୍ଞାନୀ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମୃତି ଚାରଣ କରିଥିଲେ। ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀ ଙ୍କ ଧର୍ମ ପତ୍ନୀଡାକ୍ତର ପ୍ରଜ୍ଞା ପଣ୍ଡା ଦୁଇ ପୁତ୍ର ଡ ଜ୍ଞାନ ଦୀପ୍ ଡ ବିଶ୍ବ ଦୀପ୍ ଏବଂ ପରିବାର ଆତ୍ମୀୟ ସ୍ବଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ମରଣିକା ପ୍ରଜ୍ଞା ପ୍ରତିଭୂ ଡାକ୍ତର ବିଜୟ କୁମାର ଷଡଙ୍ଗୀ ଅତିଥି ମାନେ ଉନ୍ମୋଚନ କରିଥିଲେ।
