ବିଡ଼ିଓ , ତହସିଲଦାରଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

add-all

ଦାରିଙ୍ଗବାଡ଼ି (୧୬/୧୦) : ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କିଭଳି ଚାଲିଛି ଚିକିତ୍ସା, ତାର ପରିବେଶ ଏବଂ ଏଥିରୁ ରୋଗୀ କେତେ ଉପକୃତ ହେଉଛନ୍ତି ତାହା ଜାଣିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକକୁ ଯାଇ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଡ଼ଃ ଅଶୋକ କୁମାର ଦାସ ସ୍ୱାସ୍ଥ୍ୟକେନ୍ଦ୍ର ପରିସରର ସ୍ୱଚ୍ଛତା ସହ ଭିତ୍ତିଭୂମି ବ୍ୟବସ୍ଥା, ଶୃଙ୍ଖଳା ଆଦି ଅନୁଧ୍ୟାନ କରିଛନ୍ତି। ସରକାର ଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଉନ୍ନତ ମାନର ଔଷଧ ଲୋକେ ଠିକ ଭାବରେ ପାଉଛନ୍ତି କି ନାହିଁ ତାକୁ ତଦାରଖ କରିଥିଲେ। ଅଧିକାରୀ ଦ୍ୱୟ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଠିକ ଭାବରେ ଉପଯୁକ୍ତ ରୋଗୀ ସେବା କରିବା ନିମନ୍ତେ ଡାକ୍ତର ଓ ଅନ୍ୟ ଷ୍ଟାଫ ମାନଙ୍କୁ ପରାମର୍ଶ ଦେବା ସହିତ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ପର୍ଯ୍ୟାୟକ୍ରମେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଡ଼ିଓ ଓ ତହସିଲଦାରଙ୍କ ଗସ୍ତ ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଯାକେଶ ସାମନ୍ତରାୟ ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.