
ଫୁଲବାଣୀ : ବେଙ୍ଗାଲୁରୁର ଶ୍ରୀକ।ନ୍ତିରବା ଷ୍ଟାଡ଼ିୟମରେ ଚାଲିଥିବା ୬୧ତମ ଜାତୀୟ ଓପନ ଦୌଡ଼ କୁଦ ଚାମ୍ପିଆନ୍ ସିପରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି କନ୍ଧମାଳର ଦୌଡ଼ ରାଣୀ ଶ୍ରାବଣୀ ନନ୍ଦ। ୧୦୦ମିଟର ମହିଳା ଦୌଡ଼ରେ ଶ୍ରାବଣୀ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ଏଥିରେ ରେଲୱେର ହିମାଶ୍ରୀରୟ ୧୧.୫୬ ସେକେଣ୍ଡ ସହ ରୌପ୍ୟ ଓ ତାମିଲନାଡୁର ଅର୍ଜନା ଏସ୍ ସୁଦର୍ଶନ ୧୧.୫୮ ସେକେଣ୍ଡ ସହ ୩ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ । ଏ ଖବର ପ୍ରଚାର ପରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ଲେଖକ ସାମ୍ମୁଖ୍ୟର ସଭାପତି ରବିନ୍ଦ୍ର ନାଥ ମିଶ୍ର ସମ୍ପାଦକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ, ନଟରାଜ କଳା ମନ୍ଦିର ଅନୁଷ୍ଠାନର ନୃତ୍ୟ ଗୁରୁ ବିନୋଦ ସାହୁ, କଣ୍ଟ ଶୀଳ୍ପି ଅସିତ ନନ୍ଦ, ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ମିଡିଆ ଫୋରମର ଉପସଭାପତି ତଥା ଆଇନଜିବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଡଃ ସୂର୍ଯ୍ୟ ନାରାୟଣ ବେହେରା,ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, କେ ପି ଏଫ ର ସଭାପତି ତଥା ସାମ୍ବାଦିକ ରାଧାମୋହନ ମହାପାତ୍ର, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରା, ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜିବୀ ବିଜୟ ମହାନ୍ତି,ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ, ରୋଟାରୀ କ୍ଲବର ରୋଟାରିଆନ ସଭାପତି ହରିଶ୍ଚନ୍ଦ୍ର ମହାରଣା ରୋଟାରିଆନ ପ୍ରସନ୍ନ କୁମାର ପଣ୍ଡା,କବି ଡଃ ନୃସିଂହାନନ୍ଦ ମହାପାତ୍ରଙ୍କ ସମେତ ବହୁ ଗୁଣି ଜ୍ଞାନୀ ବ୍ଯକ୍ତି ଆନ୍ତରିକ ଶୁଭକାମନା ଜଣାଇବା ସହ ଉତ୍ତୋରାତ୍ତର ଉନ୍ନତି କାମନା କରିଛନ୍ତି l