କନ୍ଧମାଳ ଜିଲା ସମବାୟ ସଂଘର ସଭାପତି ରୁପେ ସୁପ୍ରଭା ନାୟକ ନିର୍ବାଚିତ

add-all

ଫୁଲବାଣୀ : କନ୍ଧମାଳ ଜିଲା ସମବାୟ ସମିତି ନିବନ୍ଧକଙ୍କ ଅଧିନରେ ଥିବା ଜିଲା ସମବାୟ ସଂଘର ନିର୍ବାଚନ ରେ ସଭାପତି ରୂପେ ସୁପ୍ରଭା ନାୟକ ନିର୍ବାଚିତ ହୋଇଛନ୍ତି। ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ ଅନୁଯାୟୀ କନ୍ଧମାଳ ଜିଲ୍ଲା ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୧୫ଜଣ ବୋର୍ଡ ଅଫ ଡାଇରେକ୍ଟର ଙ୍କ ମଧ୍ୟରୁ ୧୨ଜଣ ପରିଚାଳନା ପରିଷଦକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁପ୍ରଭା ନାୟକ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହି ୧୨ଜଣଙ୍କ ମଧ୍ୟରୁ ସୁରେନ୍ଦ୍ର ପ୍ରଧାନ, ଦ୍ଵିଜେନ୍ଦ୍ର ନାଥ ପ୍ରଧାନ, ଶତପଥୀ ପ୍ରଧାନ, ପଦ୍ମନାଭ କହଁର, କାଳିଦାସ ପ୍ରଧାନ, କିଶୋର ଚନ୍ଦ୍ର ନାୟକ, ସୁପ୍ରଭା ନାୟକ, କୃଷ୍ଣ ଚନ୍ଦ୍ର କହଁର, ଯମେଶ ପ୍ରଧାନ, ଗୌରୀ ଶଙ୍କର ପଟନାୟକ, ବୁଡୁ ଦିଗାଲ ପ୍ରମୁଖ ଜିଲା ସମବାୟ ସମିତିର ପରିଚାଳନା ପରିଷଦକୁ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୁପ୍ରଭା ନାୟକ ବିନା ପ୍ରତିଦ୍ୱନ୍ଦିତା ରେ ସଭାପତି ରୂପେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଗଙ୍ଗାଧର କହଁର ଘୋଷଣା କରିଛନ୍ତି। ସୁପ୍ରଭା ନାୟକ ବର୍ତ୍ତମାନ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଚାଇଲଡ ଲାଇନ କନ୍ଧମାଳରେ କାଉନସିଲର ଭାବେ କାର୍ଯ୍ୟ କରି ଆସୁଛନ୍ତି।ସମବାୟ ମାଧ୍ୟମରେ ସମବାୟ ବିଭାଗ ଓ ସଦସ୍ୟମାନଙ୍କ ସହଯୋଗ ରେ ଜିଲା ରେ କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.