ଚେନ୍ନାଇକୁ କାମ କରିବାକୁ ଯାଇଥିଲେ ଯୁବକ : ଗାଁକୁ ଫେରିଲା ମୃତଦେହ

add-all

ବାଲିଗୁଡା : ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ ମଲ୍ଲିକ (୧୮)।ସୂଚନାଯୋଗ୍ୟ, ଯେ, ରତନ କିଛିମାସ ତଳେ ଚେନ୍ନାଇ ଯାଇ ଏକ ଆଲୁମିନା କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ସେ ଗ୍ରାମକୁ ଆସିବା ପାଇଁ କମ୍ପାନୀରୁ ଏକ ବସ୍‌ ଯୋଗେ ରେଳଷ୍ଟେଶନ ଆସୁଥିଲେ। ହେଲେ ରାସ୍ତାରେ ରତନଙ୍କ ମୃତ୍ୟୁ ଘଟିଥିଲା। ବସ୍‌ କର୍ମଚାରୀଙ୍କଠାରୁ ଖବର ପାଇ ସେଠାକାର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରତନଙ୍କ ପରିବାର ଏବଂ କମ୍ପାନୀକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ହେଲେ ଦାରିଙ୍ଗବାଡ଼ି ଅଞ୍ଚଳର କାର୍ଯ୍ୟରତ କିଛି ଶ୍ରମିକ ଏବଂ ଉକ୍ତ କମ୍ପାନୀର କର୍ମଚାରୀ ଥାନାରେ ପହଞ୍ଚି ରତନଙ୍କୁ ଚିହ୍ନଟ କରିବା ସହ ଲିଖିତ ଭାବେ ଜଣାଇବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଗାଁକୁ ଆଣିବା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା କରାଯାଇ ଥିଲା। କମ୍ପାନୀର ସହଯୋଗ କ୍ରମେ କାର୍ଯ୍ୟରତ ଶ୍ରମିକ ମାନେ ମୃତଦେହ ଧରି ସାସିଗାଡ଼ାରେ ପହଞ୍ଚିଥିଲେ। ଘରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଡିଓ ଗଦାଧର ପାତ୍ର ରତନଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.