ଚିତ୍ରକୋଣ୍ଡାରେ ଇଣ୍ଡୋରଷ୍ଟାଡିଅମ ଅଭାବରୁ ଯୁବ ଖେଳାଳି ହତାଶ

add-all

ଚିତ୍ରକୋଣ୍ଡା : ରାଜ୍ୟରେ କ୍ରୀଡ଼ା,କସରତ କ୍ଷେତ୍ରରେ ବିଗତ କିଛି ଦିନର କୃତି ପର୍ଯ୍ୟବେକ୍ଷଣ କରି ବର୍ତ୍ତମାନ ଅନେକ ଯୋଜନା ସରକାର ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ କେ.ବି.କେ. ଅଞ୍ଚଳରୁ ଲୁକ୍କାୟିତ ପ୍ରତିଭା ମାନଙ୍କୁ ସାର୍ବଜନୀନ କରି ସମ୍ମାନିତ କରିବାରେ ଗୋଟିଏ ପାଖରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହା ଛଡ଼ା ସରକାର ଯୁବ ଖେଳାଳି ମାନଙ୍କୁ ଆଗକୁ ନେବାକୁ ଖେଳାଳି ମାନଙ୍କର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଆସୁଥିବା ବେଳେ ଚିତ୍ରକୋଣ୍ଡାର ଯୁବ ଖେଳାଳି ମାନେ ସେ ସବୁ ସୁବିଧାରୁ ବଞ୍ଚିତ ହୋଇ ହତାଶ ହୋଇ ପଡିଛନ୍ତି l ଚିତ୍ରକୋଣ୍ଡା ଖେଳ ପଡ଼ିଆରେ ଖେଳିବାକୁ ପଡିଆ, ଗ୍ୟାଲେରୀ ଅଛି ସତ ମାତ୍ର ବିଡ଼ମ୍ବନାର ବିଷୟ ଯେ ବର୍ଷକରୁ ଅଧା ରୁ ଅଧିକ ମାସ କେବଳ କ୍ରିକେଟ ଖେଳ ପାଇଁ ଉପଯୋଗୀ ହୋଇ ପାରୁଥିବା ବେଳେ ଅନ୍ୟ ଦିନେ ଅପରିଷ୍କାର, ଅନାବନା ବଡ଼ ସାନ ଗଛ ଉଠି ଘଞ୍ଚ ହୋଇ ରହୁଛି ତ କେତେବେଳେ ଗାଈ ଗୋରୁ ପଶି ଚରୁଥିବା ସାମ୍ନାକୁ ଆସିଛି ତଥା କେତେବେଳେ ମାଦକ ଦ୍ରବ୍ୟ ସେବନର ଭଲ ପେଣ୍ଠ ସ୍ଥଳୀ ପାଲଟି ଯାଉଛି l ଏଭଳି ପରିପ୍ରେକ୍ଷିରେ ଇଣ୍ଡୋର ଷ୍ଟାଡିଅମର ବ୍ୟବସ୍ଥା ନଥିବାରୁ ଯୁବ ଖେଳାଳି ଏକ ପ୍ରକାର ହତାଶ ହୋଇ ପଡିଛନ୍ତି l ଯୁବ ଖେଳାଳିଙ୍କ ପାଇଁ ନା ଅଛି ବ୍ୟାଡ୍ ମିଟନ ବ୍ୟବସ୍ଥା, ନା ଅଛି କ୍ୟାରମ ବ୍ୟବସ୍ଥା ନା ଅଛି ଚେସ୍ ବ୍ୟବସ୍ଥା , ନା ଅଛି କବାଡି, ଭଲିବଲ ତଥା ଟେବୁଲ୍ ଟେନିସ୍ ପାଇଁ ବ୍ୟବସ୍ଥା l ଚିତ୍ରକୋଣ୍ଡା ଖେଳ ପଡ଼ିଆଟି ଖୋଦ୍ ଚିତ୍ରକୋଣ୍ଡା ବ୍ଲକ ହେଡ଼ କ୍ୱାର୍ଟରରେ ଅବସ୍ଥିତ ଥିଲେ ମଧ୍ୟ ଯୁବ ଗୋଷ୍ଠୀଙ୍କ ଇଣ୍ଡୋର ଖେଳ ଏବଂ ଚିତ୍ତ ବିନୋଦନ ପାଇଁ ଆଜି ସୁଦ୍ଧା କୌଣସି ଆଖି ଦୃଷୀୟା ବ୍ୟବସ୍ଥା ନାହିଁ l ଅବିଳମ୍ବେ ଜିଲ୍ଲା ପ୍ରଶାସନ ଚିତ୍ରକୋଣ୍ଡାଠାରେ ଇଣ୍ଡୋର ଷ୍ଟାଡିଅମର ବ୍ୟବସ୍ଥା କରିବା ପାଇଁ ଚିତ୍ରକୋଣ୍ଡାର ବିଭିନ୍ନ ଯୁବ କ୍ଳବ୍, ଯୁବ ଗୋଷ୍ଠୀ, କ୍ରୀଡା ପ୍ରତି ଦୁର୍ବଳତା ରଖୁଥିବା ଖେଳାଳୀ ତଥା ବୁଦ୍ଧିଯିବି ମାନେ ଦାବି କରିଛନ୍ତି l

ad-week
Leave A Reply

Your email address will not be published.