ଭୁସ୍ଖଳନ ଅଞ୍ଚଳକୁ ପ୍ରବେଶ ନିଷେଧ। ଗ୍ରାମ ବାସୀ ନିଜ ଭିଟାମାଟିକୁ ଫେରିଲେ

add-all

ଦାରିଙ୍ଗବାଡି, (୧୮/୧୦) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ରାଜସ୍ୱ ଗ୍ରାମର ପଡା ଗ୍ରାମ କୁମ୍ଭାରୀପଦର ଗାଁ ନିକଟରେ ଚଳିତ ବର୍ଷର ଲଗାଣ ବର୍ଷାରେ ଭୁସ୍ଖଳନ ହୋଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଏହି ଘଟଣାରୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହୁଥିଲେ। ଗଣ ମାଧ୍ୟମରେ ଏହି ଖବର ପ୍ରକାଶପାଇଥିଲା। ଜିଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ବ୍ଲକ ପ୍ରଶାସନ ୧୦୦ ପରିବାରର ପ୍ରାୟ ୪୦୦ ଲୋକଙ୍କୁ ତାମାଙ୍ଗି ଗ୍ରାମ ସ୍ଥିତ (ଅସ୍ଥାୟୀ ଶିବିର) ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ଗତ ୬ ତାରିଖରୁ ୧୭ତାରିଖ ଯାଏଁ ଥଇଥାନ କରାଯାଇଥିଲା। ବର୍ତ୍ତମାନର ପାଣି ପାଗର ଗତିବିଧିକୁ ଅନୁଧ୍ୟାନ କରି ଜିଲା ପାଳ ଆଶିଷ ଈଶ୍ଵର ପାଟିଲଙ୍କ ନିର୍ଦେଶ କ୍ରମେ ବିଡିଓ ଗଦାଧର ପାତ୍ର ଙ୍କ ସହିତ ତହସିଲ ଦାର ଡ଼ଃ ଅଶୋକ କୁମାର ଦାସ କୁମ୍ଭାରୀପଦର ଗ୍ରାମରେ ପହଞ୍ଚି, ସରପଞ୍ଚ ନବନିତା କପାଟପାତ୍ରଙ୍କ ସହାୟତାରେ ଗ୍ରାମ ବାସୀଙ୍କ ସହ ଆଲୋଚନା କରି ଫାଟ ସୃଷ୍ଟି ହୋଇଥିବା ଅଞ୍ଚଳକୁ ନିସିଧାଞ୍ଚଳ ଘୋଷଣା କରି କାଠ ବାଡ଼ ଦିଆଯାଇ ନିଷିଦ୍ଧ ଫଳକ ଲଗାଇ ଛନ୍ତି। ଏହା ସହିତ ସମସ୍ତ ଗ୍ରାମବାସୀଙ୍କୁ ଭୟଭୀତ ନହୋଇ ନିଜ ଘରେ ବସବାସ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ଜଣାପଡିଛି। ବୈଷୟିକ ଦଳ ଆସି ରିପୋଟ ଦେବା ପରେ ପରିସ୍ଥିତି କୁ ନେଇ ପଦକ୍ଷେପ ନିଆ ଯିବ ବୋଲି ପ୍ରଶାସନ ପକ୍ଷରୁ ଗ୍ରାମ ବାସୀଙ୍କୁ ପ୍ରତିଶୃତି ଦିଆ ଯାଇ ଥିବା ଜଣାପଡିଛି। ହେଲେ ଟେଲିଭିଜନ ଖବରରେ ଆଗକୁ ବର୍ଷା ହେବାର ସୂଚନା ଦେଉ ଥିବାରୁ ଗ୍ରାମ ବାସୀଙ୍କ ମନରେ ଆଶଙ୍କା ଥିବାବି ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ ପାଇଛି। ଗ୍ରାମର ଉପର ମୁଣ୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ର ଠାରୁ ନିସିଧାଅଞ୍ଚଳ ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.