ବିଦ୍ୟୁତ ଆଲୋକ ସେବା ନପାଇ ୧୦ ଦିନଧରି ଅନ୍ଧକାରରେ ସାଙ୍ଗଡ଼ମା ଗ୍ରାମବାସୀ

add-all

ଦାରିଙ୍ଗବାଡ଼ି, (୧୮/୧୦) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ୧୨ନଂ ୱାର୍ଡ ସାଙ୍ଗଡ଼ମା ଗ୍ରାମର ୫୦ ପରିବାର ସଦସ୍ୟ ମାନେ ଦୀର୍ଘ ୧୦ ଦିନ ଧରି ବିଦ୍ୟୁତ ଆଲୋକ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣା ପଡ଼ିଛି। ଖବର ନେବାରୁ ଜଣା ପଡିଛିଯେ ଗତ ଲଘୁଚାପ ଜନିତ ବର୍ଷା ସମୟରେ ବଜ୍ରାଘାତ ହୋଇ ଟ୍ରାନ୍ସଫର୍ମର ମେସିନ ପୋଡି ଯାଇଥିବା ଜଣା ପଡ଼ିଛି। ୧୨ ନଂ ୱାର୍ଡ ବାସିନ୍ଦା ବଜ୍ରାଘାତରେ ଟ୍ରାନ୍ସଫର୍ମର ମେସିନ ପୋଡି ଯାଇଥିବା ସମ୍ପର୍କରେ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଯନ୍ତ୍ରୀ ବକୟା ଟଙ୍କା ସମ୍ପୂର୍ଣ୍ଣ ପଇଠ ନକରିବାଯାଏ ଟ୍ରାନ୍ସଫର୍ମର ମେସିନ ଯୋଗାଇ ଦିଆଯିବ ନାହିଁ କହିଥିବା କର୍ମଚାରୀ ମାନଙ୍କ ଠାରୁ ୱାର୍ଡ ବାସିନ୍ଦା ଜାଣି ପାରି ଥିଲେ। ଏହା ପରେ ୧୨ନଂ ୱାର୍ଡ ବାସିନ୍ଦା ସରପଞ୍ଚ ଚାନ୍ଦିନୀ ପ୍ରଧାନଙ୍କ ଜଣାଇ ଥିଲେ। ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଖାମ ଖିଆଲ ମନଭାବ କୁ ଅନୁଭବ କରି ସରପଞ୍ଚ ଶ୍ରୀମତୀ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତିରେ ବୈଠକ କରି ଏହି ସମସ୍ୟା ସମ୍ପର୍କରେ ଜିଲା ପାଳ ସମେତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବେ ଡାକ ଯୋଗେ ଜଣାଇଥିବା ୱାର୍ଡ ସଦସ୍ୟ ଦିବାକର ମଲିକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.