ବକ୍ରପାଦ ଅସ୍ତ୍ରୋପ୍ରଚାର ଶିବିରରେ ଚପଲ ପିନ୍ଧି ଜଗନ୍ନାଥଙ୍କୁ ଧୂପନୈବେଦ୍ୟ ପ୍ରଦାନ କଲେ ଜିଲ୍ଲା ପରିଷଦ ଅଧକ୍ଷ୍ୟା…

ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷନାହିଁ…

add-all


ମାଲକାନଗିରି,: ମାଲକାନଗିରି ସାମାଜିକ ସୁରକ୍ଷା ବିଭାଗ ତରଫରୁ ଗତକାଲି ସ୍ଥାନୀୟ ପୁରୁଣା ମେଡିକାଲ ଠାରେ ବକ୍ରପାଦ ଅସ୍ତ୍ରୋପ୍ରଚାର ଶିବିରର ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କମଧ୍ୟରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରୀ ତାଙ୍ଗୁଲ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।  ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମାନସିକ ଅଗ୍ରସର, ବକ୍ରପାଦ ଥିବା ପିଲାଙ୍କୁ ନେଇ ଅଭିଭାବକମାନେ ମେଡିକାଲ ଆସିଥିବା ବେଳେ ତାରିଖ ଦିନ ସେମାନଙ୍କର ଆଜି ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି। ତେବେ ମୋଟ ୪୫ ଜଣଙ୍କର ଅସ୍ତ୍ରୋପଚାର ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି। ଏହି ଅସ୍ତ୍ରୋପଚାର ସମ୍ପୁର୍ଣ୍ଣ ମାଗଣାରେ କରାଯିବାର ବ୍ୟବସ୍ଥା ହୋଇଛି। କିନ୍ତୁ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ଚପଲଂପିନ୍ଧି ଜଗନ୍ନାଥ ଙ୍କୁ ଧୂପନୈବେଦ୍ୟ ପ୍ରଦାନ କରୁଥିବା ଦୃଶ୍ୟ କିଛିଲୋକଙ୍କ ମୋବାଇଲ ରେ କଏଦ ହୋଇଛି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି । ଜଣେ ଜନ ପ୍ରତିନିଧିଙ୍କ ଏହିଭଳି ତ୍ରୁଟିକୁ ସାଧାରଣ ଲୋକେ ଗ୍ରହଣ କରିପାରୁ ନଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ad-week
Leave A Reply

Your email address will not be published.