ଓଡ଼ିଶା ଚିତ୍ରାଳୟ ମାଲିକ ସଂଘର ସାଙ୍ଗଠନିକ ବୈଠକ

add-all

ବ୍ରହ୍ମପୁର : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ଉତ୍କଳ ଆଶ୍ରମ ସଭା କକ୍ଷ ଠାରେ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ କରୋନା ପ୍ରଭାବରେ ସରକାରୀ କଟକଣା ଘେନି ହାତ ବାନ୍ଧି ବସିଥିବା ଚିତ୍ରାଳୟ ସଂସ୍ଥାମାନେ ଚଳିତ ବର୍ଷ ଦଣ୍ଡନାଚ କାର୍ଯ୍ୟକ୍ରମରେ ଯତ୍ କିଞ୍ଚିତ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଜନ୍ମାଷ୍ଟମୀ, ନନ୍ଦୋତ୍ସବ, ଦଶହରା, କୁମାର ପୂର୍ଣ୍ଣିମା ଆଦିରେ ଭଲ ବ୍ୟବସାୟ କରିବା ଆଶା ବାନ୍ଧି ଅପେକ୍ଷା କରିଥିବା ବେଳେ ଲଗାଣ ବର୍ଷା ସେମାନଙ୍କ ଆଶାକୁ ଧୋଇ ନେଇ ଯାଇଥିବା ହେତୁ ବୈଠକରେ ମାଲିକ୍ ମାନେ ସଂସ୍ଥା ବଞ୍ଚେଇବା ନେଇ ଉଦ୍ ବେଗ ପ୍ରକାଶ କରିଛନ୍ତି ।ଏହି ଅବସରରେ ସଂଘର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ଚିତ୍ରାଳୟ ସଂସ୍ଥା ଗୁଡ଼ିକର ଋଗ୍ଣ ଚିତ୍ର ଉପସ୍ଥାପନ କରିବା ସହିତ ସରକାର ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସଂଘର ଜନୈକ ସଦସ୍ୟା ଗୀତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ବୈଠକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଉପ-ସଭାପତି ଧ୍ରୁବ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.