
ମାଲକାନଗିରି : ମାଲକାନଗିରି ସରକାରି କାର୍ଯ୍ୟକ୍ରମରେ ବୁଟ ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୁଜା କଲେ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ଜସ୍ନା ଵାଳା ପ୍ରଧାନ।ହଁ ଆଜ୍ଞା ଏଇ ଦେଖନ୍ତୁ ସେଇ ଚିତ୍ରକୁ ଯେଉଁଠି ମହାପ୍ରଭୁଙ୍କୁ ପୁଣି ଥରେ ଅପମାନ ଦିଆଯାଇଛି । ଏମିତି କିଛି ସମାନ ଚିତ୍ର ଗତକାଲି ମଧ୍ୟ ଆପଣ ମାନେ ଦେଖିଥିବେ ଯେଉଁଠି ଏକ ସରକାରି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦର ଅଧ୍ୟକ୍ଷା ପାଦରେ ଚପଲ ପିନ୍ଧି ମହାବାହୁଙ୍କୁ ଧୁପ ଦୀପ ଦେଇ ପୁଜା କରିଥିଲେ ଯାହାର ଚିତ୍ର ସାମାଜିକ ଗଣ ମାଧ୍ୟମରେ ଘୁରିବୁଲୁ ଥିବା ବେଳେ ଏକ ଦିନ ନ ବିତୁଣୁ ପୁଣି ଥରେ ଏମିତି କିଛି ସମାନ ଚିତ୍ର ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି । ହଁ ଆଜ୍ଞା ଆମେ କହୁଛୁ ସେଇ ଉପାନ୍ତ ଜିଲ୍ଲା ମାଲକାନଗିରି ର କଥା ଯେଉଁଠି ସରକାରି କାର୍ଯ୍ୟକ୍ରମରେ କ୍ରମାଗତ ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଙ୍କୁ ବାରମ୍ବାର ଅପମାନ କରା ଯାଉଛି । ଏ ଦେଖନ୍ତୁ ସେଇ ଚିତ୍ର କୁ ମାଲକାନଗିରି ଜିଲ୍ଲାର ଏକଲବ୍ୟ ବିଦ୍ୟାଳୟ ରେ ରାଜ୍ୟସ୍ତରୀୟ କୋବାଡି ପ୍ରତିଯୋଗିତାର ଶୁଭାରମ୍ଭ କରିବା ପୁର୍ବରୁ ଖେଳ ଓ ଖେଳାଳି ଙ୍କ ଶୁଭ ମନାସିବା ଲାଗି କୋଟି ଓଡ଼ିଆଙ୍କ ଆରାଧ୍ୟ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କ ଆଶିଷ ନିମନ୍ତେ ପୁଜା କରାଯାଇଥିଲା ତେବେ କେବଳ ପୂଜା ନୁହଁ ପାଦରେ କଳା ରଙ୍ଗର ବୁଟ(ସୁ) ପିନ୍ଧି କୋରକୋଣ୍ଡା ଉଚ୍ଚବିଦ୍ୟାଳୟ ର କ୍ରୀଡା ଶିକ୍ଷୟତ୍ରୀ ଜୋତ୍ସ। ରାଣୀ ପ୍ରଧାନ ମହାପ୍ରଭୁ ଜଗନ୍ନାଥ ଙ୍କୁ ପୁଷ୍ପମାଲ୍ୟ ଦେଇ ଆଶିଷ ମାଗୁଛନ୍ତି । ଯାହାର ଚିତ୍ର ଏବେ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଆଉ ଏହି ଚିତ୍ରକୁ ଯିଏ ଭି ଦେଖୁଛି ସେ କେବଳ ଏତିକି କହୁଛି କଣ ଚାଲିଛି ଏବେ ମାଲକାନଗିରି ରେ ? କାହିଁକି କ୍ରମାଗତ ଭାବେ ଜଗତରନାଥ ସ୍ୱୟଂ ଜଗନ୍ନାଥ ଙ୍କୁ ଦିଆଯାଉଛି ଅପମାନ ।