ଶଶି ଥରୁରଙ୍କ ଦୋମୁହାଁ ନୀତି

add-all

ନୂଆଦିଲ୍ଲୀ: କାଲି ଦଳକୁ ଘେରିଥିଲେ, ଆଜି ଦଳ କଲା ଟାର୍ଗେଟ୍ । ଶଶୀ ଥରୁରଙ୍କୁ ପରୋକ୍ଷରେ କାଉଁଟର କରିଛି କଂଗ୍ରେସ। ଦଳର ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀ କହିଛନ୍ତି , ଥରୁର ଟିମ ପ୍ରଥମେ ଦଳର ସବୁ ନିଷ୍ପତ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରିଥିଲେ। ପରେ ମିଡିଆ ସାମ୍ନାକୁ ଯାଇ ଦଳର ନିର୍ବାଚନ କମିଟି ବିରୋଧରେ ଅନିୟମିତତା ଅଭିଯୋଗ ଆଣୁଛନ୍ତି। ଏହା ବହୁତ ଦୁଃଖଦାୟକ। ଶଶୀ ଥରୁର ଏବଂ ଟିମର ଦୁଇଟି ଚେହେରା ବୋଲି କଂଗ୍ରେସ କହିଛି।
ଗତକାଲି ନିର୍ବାଚନ ଫଳାଫଳ ଆସୁ ଆସୁ ଥରୁର ଗୋଷ୍ଠୀ ସଭାପତି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟା ନେଇ ଆପତ୍ତି ଉଠାଇଥିଲେ। ତେବେ ଥରୁର ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ଚିଠି ଲିକ୍ ହୋଇଯାଇଥିବା କହିଥିଲେ। ଏପରିକି ଏସବୁ ଭୁଲି ଦଳ ଆଗକୁ ବଢିବା ଉଚିତ ବୋଲି କହିଥିଲେ।
୨୪ ବର୍ଷ ପରେ କଂଗ୍ରେସର ଅଣଗାନ୍ଧୀ ଅଧ୍ୟକ୍ଷ ଭାବେ ଗତକାଲି ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ପ୍ରତିଦ୍ୱନ୍ଦ୍ୱୀ ତଥା ଦଳର ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ଖଡଗେ। ମଲ୍ଲିକାର୍ଜୁନ ଖଡଗେଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଥରୁରଙ୍କୁ ମିଳିଥିଲା ମାତ୍ର ୧୦୭୨ ଭୋଟ୍।

ad-week
Leave A Reply

Your email address will not be published.