ଚକ୍ଷୁ ରୋଗରେ ପୀଡିତ ଛାତ୍ର, ଅର୍ଥ ସାଜିଛି ବାଧକ

add-all

ଦାରିଙ୍ଗବାଡ଼ି, ୨୦/୧୦ : ଚକ୍ଷୁରୋଗରେ ପୀଡ଼ିତ ନବମ ଶ୍ରେଣୀ ଛାତ୍ର। ଚିକିତ୍ସାରେ ବାଧକ ସାଜିଛି ଅର୍ଥ। କେତେବେଳେ ଆଖିରୁ ବହିଚାଲୁଚି ଲୁହତ, କେତେବେଳେ ଆଖି ବ୍ୟଥା ହେବା ସହିତ କୁଣ୍ଡେଇ ହୋଇ ଲାଲ ପଡିଯାଉଛି ଆଖି। ଯାହାରି ଫଳରେ ପାଠ ପଢି ପାରୁ ନାହାନ୍ତି ଛାତ୍ର। ଦାରିଙ୍ଗବାଡ଼ି ବ୍ଲକ ସିର୍କାଵର୍ଗ ଗ୍ରାମ ପଞ୍ଚାୟତ ସରଜାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସୁଭମ ପଟମାଝୀ ନବମ ଶ୍ରେଣୀରେ ପଢୁଛନ୍ତି। ହେଲେ ଚକ୍ଷୁ ରୋଗ ଯୋଗୁଁ ବହୁ ସମୟ ଧରି ପଢି ପାରୁ ନାହାନ୍ତି। ଆସନ୍ତା ବର୍ଷ ଦଶମ ବୋର୍ଡ଼ ପରୀକ୍ଷା ଲେଖିବେ ଏଣୁ କିଭଳି ପଢିବେ ଚିନ୍ତାରେ ସୁଭମ।
ଅତି ଗରିବ ସୁଭମ ପରିବାର ବର୍ଗ। ଗରିବ ଯୋଗୁଁ ସୁଭମର ବାପା ତାପଡି ପାଟମାଝୀ ପୁଅର ଚିକିତ୍ସା କରି ପାରୁ ନାହାନ୍ତି। ମୂଲ ଲାଗିଲେ ପରିବାର ଚଳେ। ପରିବାରରେ ୮ଜଣ ସଦସ୍ୟ, ପୁଅର ଆଖି ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ। ସୁଭମ ଆଖି ସମସ୍ୟା ପାଇଁ ଦାରିଙ୍ଗ ବାଡ଼ି ଜନ ସ୍ଵାସ୍ଥ୍ୟ ଆଖିକେନ୍ଦ୍ର ଯାଇଥିଲେ ହେଲେ ଚକ୍ଷୁ ବିଶେଷଜ୍ଞ ନଥିବାରୁ ଜିଲା ମୁଖ୍ୟ ଡାକ୍ତରଖାନା ଯିବାକୁ ପରାମର୍ଶ କରା ଯାଇଥିଲା।
ଅଭାବରୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନା ଯାଇ ନପାରି ଚିନ୍ତାରେ ଶୁଭମ। ଅଭାବ ପାଇଁ ଡାକ୍ତର ଖାନା ଯାଇନ ପାରି ବହୁ ବର୍ଷ ଧରି କଷ୍ଟ ପାଇ ଆସୁଛନ୍ତି। ଏଣୁ ସ୍ଥାନୀୟ ପ୍ରଶାସନ ହେଉ କିମ୍ବା ଜିଲା ପ୍ରଶାସନ ସହାୟତାର ହାତ ବଢାଇଲେ ସୁଭମଙ୍କ ଆଖିର ଚିକିତ୍ସା ହେବାସହିତ ପାଠପଢା ସଠିକ ହୋଇ ପାରିଥାନ୍ତା ବୋଲି ଅଞ୍ଚଳ ବାସୀ ପକ୍ଷରୁ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.