କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌, ୪ ଆହତ

add-all

ଜି.ଉଦୟଗିରି ୨୩।୧୦: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌। ଅନ୍ଧାରୀକୋଟି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ଏକାଧିକ ଯାତ୍ରୀ।

ସୂଚନା ଅନୁଯାୟୀ, ସୋହନ ନାମକ ଘରୋଇ ଯାତ୍ରୀବାହୀ ବସ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା। ଫଳରେ ସାଇନ୍ ବୋର୍ଡରେ ପିଟି ହୋଇ ବସ୍‌ଟିର ସାମ୍ନା ଭାଗ ଭାଙ୍ଗିଯାଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଯାତ୍ରୀ ଆହତ ହୋଇଥିବା ବେଳେ ଅନେକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣା ବିଷୟରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.