ଲକ୍ଷ୍ମୀ ପୂଜା ଭସାଣି ଗଣ୍ଡଗୋଳ, ଢେଙ୍କାନାଳ ସହରରେ ପେଟ୍ରୋଲ ବୋମା ମାଡ଼

add-all

ଢେଙ୍କାନାଳ: ଲକ୍ଷ୍ମୀ ପୂଜା ଭସାଣିକୁ ନେଇ ଢେଙ୍କାନାଲ ସହର ଅଶାନ୍ତ। ଦୁଇ ସାହି କଣ୍ଟା ନାଳୀ ଓ ବନମାଳୀ ପ୍ରସାଦ ପୂଜା କମିଟି ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳକୁ ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ଏହି ଦୁଇ ସାହି ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ସାଙ୍ଗକୁ ଛକା ପଞ୍ଝା ଜାରି ରହିଥିବାରୁ ଅଶାନ୍ତକର ବାତାବରଣ ସୃଷ୍ଟି କରିଛି ।

ଦୁଇ ଦିନ ପୂର୍ବେ କଣ୍ଟା ନାଳୀ ଲୋକଙ୍କ ଆକ୍ରମଣରେ ବନମାଳୀ ପ୍ରାସାଦର ତିନିଜଣ ଗୁରୁତର ହୋଇଥିବାବେଳେ ପୁଣି ଗତ ରାତିରେ ତୁହାକୁ ତୁହା ପେଟ୍ରୋଲ ବମ ଆକ୍ରମଣ କରାଯାଇଛି । ଗତ ରାତ୍ରିର ବିଳମ୍ବିତ ପ୍ରହରରେ ବନମାଳୀ ପ୍ରସାଦ ପୂଜା କମିଟିର ସଭାପତି ହିମାଂଶୁ ରାଉତଙ୍କ ଘର ପୋଡ଼ିଦେବାକୁ ଉଦ୍ୟମ କରିଛନ୍ତି କଣ୍ଟା ନାଳୀର  କିଛି ଯୁବକ । ଘର କବାଟ  ବାଡ଼ା ବାଡ଼ି କରିବା ସହ ତୁହାକୁ ତୁହା ପେଟ୍ରୋଲ ବୋମା ମାଡ଼ କରାଯାଇଛି । ତେବେ ସୌଭାଗ୍ୟ ବଶତଃ କୌଣସି ଅଗ୍ନିକାଣ୍ଡ ଘଟିନଥିବା ଜଣାପଡିଛି।

ଲକ୍ଷ୍ମୀପୂଜା ଭସାଣି ବେଳେ ଉଭୟ ସାହି ମଧ୍ୟରେ ଗଣ୍ଡଗୋଳରୁ କଣ୍ଟା ନାଳୀର ଭସାଣି ଶୋଭାଯାତ୍ରାରେ ଥିବା ବ୍ୟାଣ୍ଡ ପାର୍ଟିର ବାଜା ସବୁକୁ ଭଙ୍ଗା ରୁଜା କରାଯାଇଛି।  ବନମାଳୀ ପ୍ରସାଦ ଗୋଷ୍ଠୀଙ୍କ ଆକ୍ରମଣରେ ୭ଜଣ ଗୁରୁତର ହୋଇଥିଲେ।  ଏହି ଘଟଣାରେ ଥାନାରେ ଦୁଇଟି ମାମଲା ରୁଜୁ ଯୋଗୁଁ ବନମାଳୀ ପ୍ରସାଦ ପୂଜା କମିଟି କର୍ମକର୍ତ୍ତାମାନେ ଫେରାର ରହିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଛି। ହିମାଂଶୁଙ୍କ ପରିବାର ସମ୍ପୂର୍ଣ୍ଣ ଭୟଭୀତ ହୋଇ ପଡିଥିବାବେଳେ ଏ ସଂକ୍ରାନ୍ତରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.