୧୨ ଘଣ୍ଟିଆ ପ୍ରାର୍ଥନା ସଭା ଅନୁଷ୍ଠିତ

add-all

ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ସୋମବାର ଦିନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ୧୨ ଘଣ୍ଟିଆ ଉପବାସ ପ୍ରାର୍ଥନା କାର୍ଯ୍ୟକ୍ରମ ଓଡ଼ିଶା ପ୍ରେ-ଏ-ଥୋନ୍ ଓ ରାଜ୍ୟର ସମସ୍ତ ଚର୍ଚ୍ଚର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି | ରାଉରକେଲାସ୍ଥିତ ପେଣ୍ଟକୋଷ୍ଟାଲ୍ ଚର୍ଚ୍ଚର ପାଷ୍ଟର ଜିମିଙ୍କ ନେତୃତ୍ୱରେ ଏହା ଆୟୋଜିତ ହୋଇଥିଲା |

ପଦ୍ମଶ୍ରୀ ଦିଲୀପ ତିର୍କିଙ୍କସହ ଦେଶ ତଥା ରାଜ୍ୟର ଅନ୍ୟ ଖ୍ରୀଷ୍ଟ ଧର୍ମାବଲମ୍ବି ନେତୃତ୍ୱମଣ୍ଡଳୀ ଏହି ଉତ୍ସବରେ ସମ୍ମାନିତ ହୋଇଥିଲାବେଳେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ୧୦ ଜଣ ଲେଖାଏଁ ପ୍ରତିନିଧି ଏହି ପ୍ରାର୍ଥନା ସଭାରେ ଏକତ୍ରିତ ହୋଇଥିଲେ | ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ ନେତା, ଉପାସକ ଓ ଖ୍ରୀଷ୍ଟ ଧର୍ମାବଲମ୍ବି ପ୍ରତିନିଧିମାନେ ଓଡିଶାର ସାମଗ୍ରିକ ବିକାଶ ପାଇଁ ପ୍ରାର୍ଥନା କରିଥିଲେ। ବିଶେଷକରି ଓଡିଶା ଲୋକଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶ୍ରେଷ୍ଠ ଶିକ୍ଷା, ଉଦ୍ୟୋଗ ଏବଂ ବ୍ୟବସାୟର ବିକାଶ ହେବା ସଂଗେ ସଂଗେ ଶିଶୁ ଏବଂ ଅନାଥ, ବିଧବା, ସାଧାରଣ ଲୋକଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା ହୋଇଥିଲା ।

ଏତଦ ବ୍ୟତୀତ, କ୍ରୀଡା ମହାନଗରୀ ଭୁବନେଶ୍ୱରର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା | ଯୀଶୁ ଖ୍ରୀଷ୍ଟଙ୍କ ଆଶୀର୍ବାଦ ପାଇଁ ଶ୍ରଦ୍ଧାଳୁଙ୍କର ପ୍ରାର୍ଥନାରେ ମଣ୍ଡପ ପରିସର ପ୍ରକମ୍ପିତ ହୋଇଥିଲା |

ad-week
Leave A Reply

Your email address will not be published.