
ଚିତ୍ରକୋଣ୍ଡା (୨୫/୧୦) : ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଚିତ୍ରକୋଣ୍ଡାର ହନୁମାନ ମନ୍ଦିର ନିକଟସ୍ଥ ଇଟାଭାଟି ସାହିର ବହୁ ପୁରୁଣା ଗୃହରଖି ତଥା ଜଣେ ଭଲ କୀର୍ତ୍ତନ ତଥା ସତସଙ୍ଗ ଅନୁରାଗୀ ସୋନୁ ନାଗ ଙ୍କର ହଠାତ ହୃଦଘାତରେ ଅକାଳ ବିୟୋଗ ହୋଇଛି l ସୋନୁ ୧୯୮୮ ମସିହା ଠାରୁ ଆଜି ସୁଦ୍ଧା ଦୀର୍ଘ ୩୪ବର୍ଷ ଧରି ଚିତ୍ରକୋଣ୍ଡା ଥାନା ଆନୁକୂଲ୍ୟରେ ଗୃହରକ୍ଷୀ ଭାବରେ କାମ କରିଆସୁଥିଲେ l ଗଲା କାଲି ସନ୍ଧ୍ୟାରେ କାର୍ତ୍ତିକ ମାସ ସନ୍ଧ୍ୟା ରାମନାମ କୀର୍ତ୍ତନ ସାରି ଚିତ୍ରକୋଣ୍ଡା କୋଷାଗାରରେ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହେଉଥିଲେ ମେଡିକାଲ ହଠାତ ତାଙ୍କର ହୃଦଘାତରେ ମୃତୁ ହୋଇଥିଲା l ତାଙ୍କର ଅକାଳ ବିୟୋଗରେ ଚିତ୍ରକୋଣ୍ଡା ଥାନା ତରଫରୁ ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଏବଂ ଚିତ୍ରକୋଣ୍ଡା ଏସ.ଡ଼ି.ପି.ଓ. ଙ୍କ ସମେତ ପୁଲିସ କର୍ମଚାରୀ ଏବଂ ଅନ୍ୟ କର୍ମଚାରୀ ଓ ସମସ୍ତ ଗୃହରକ୍ଷୀ ମାନେ ଉପସ୍ଥିତ ରହି ଶବ ଦାହ ନିମନ୍ତେ କୋକେଇରେ ମରଶରୀରକୁ ପୁଲିସ କର୍ମଚାରୀ ସମୂହ କାନ୍ଧରେ ବୋହି ଶ୍ମଶାନ ଘାଟକୁ ନେଇ ଦାହ କରିଥିଲେ l ସୋନୁ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ର ଜଣେ ସଦସ୍ୟ ତଥା ଗୁରୁ ଶିବାନନ୍ଦଙ୍କ ଆଶ୍ରିତ ଥିଲେ । ତାଙ୍କ ସ୍ୱର୍ଗ ବାସିରେ ଅମର ଆତ୍ମାର ସଦଗତି ଦିବ୍ୟ ଜୀବନ ସଂଘ ର ସଦସ୍ୟ ମାନେ ୨୧ ଥର ଲେଖାଏଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ l ପ୍ରକାଶ ଥାଉ କି ସୋନୁ ନୀଳକଣ୍ଠେଶ୍ଵର ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଭାବରେ ପରିଚାଳନା କରି ଆସୁଥିଲେ l ଏଥି ସହିତ ସୋନୁଙ୍କ ବହୁ ସାଥି କୀର୍ତ୍ତନ ପ୍ରେମୀ ଓ ସତସଙ୍ଗି ପ୍ରେମୀ ତଥା ଚିତ୍ରକୋଣ୍ଡା ଗ୍ରାମବାସୀ ଯୋଗ ଦେଇ ଶବ ଦାହରେ ସହଯୋଗ କରିବା ସହିତ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପାର୍ଥନା ଜଣାଇଥିଲେ l ତାଙ୍କ ଘର ଲୋକଙ୍କୁ ଏ ଦୁଖ ସମୟରେ ସାହା ହୁଅନ୍ତୁ ଆଉ ଶକ୍ତି ଦିଅନ୍ତୁ ବୋଲି ପରିବାର ଲୋକଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇଛନ୍ତି l