ସିନ୍ଦ୍ରିମାଳ କସ୍ତୁରବା ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ

add-all

ମାଲକାନଗିରି : ସଦର ବ୍ଲକ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୫ଟି ସରକାରୀ ଉନ୍ନତି ଉଚ୍ଚ କସ୍ତୁରବା ବିଦ୍ୟାଳୟ ଠାରେ ଆଜି ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ମାଲକାନଗିରି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଶ୍ରୀ ମାନସ କୁମାର ଜେନା ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ,ମଣ୍ଡଳ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥଧର ଓ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଘାସି ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପଟଲା ଓ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିବା ବେଳେ ବିଭିନ୍ନ ବିଦ୍ୟାଳୟ ସମସ୍ତ ର ଶିକ୍ଷକ ଶିକ୍ଷୟତ୍ରୀ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ବହୁ ବରିଷ୍ଠ ବୁଦ୍ଧିଜୀବୀଙ୍କ ସହ ବିଦ୍ୟାଳୟ ପରିଚାଳନା କମ୍ମିଟି ସଭାପତି ଶିବ ମାଡକାମୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.