
ଫୁଲବାଣୀ : ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ମହାରାଜ ଫୁଲବାଣୀ ଠାରେ ତାଙ୍କର ଅନନ୍ୟ ପ୍ରବଚନ କାର୍ଯ୍ୟକ୍ରମ ଜାରି ରଖିଥିବା ଅବସରରେ ସ୍ଥାନୀୟ ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ଥିବା ଅନ୍ତେବାସୀଙ୍କୁ ଅଂହିସା ପରମ ଧର୍ମ, ଜୀବେ ଦୟା, ଶାକାହାରି ସାଧନ ଆଦି ବେଦାନ୍ତର ଗୁଢ ତତ୍ତ୍ୱ ଉପରେ ପ୍ରବଚନ ରଖିଥିଲେ lଶାକାହାରି ଓ ମାଂସାହାରୀ ପ୍ରାଣୀ ଭିତରେ ଥିବା ଦେବ ଓ ଦାନବୀୟ ଗୁଣ କିପରି ମାନବ ଉପରେ ପ୍ରଭାବ ପକାଇ ଥାଏ ତାହାର ସବିଶେଷ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ l ବିଦ୍ୟାପୀଠର ସଭାପତି ଅଶୋକ କୁମାର ବେହରାଙ୍କ ଅଧ୍ୟକ୍ଷତା ଓ ପ୍ରଧାନ ପଣ୍ଡିତ ଧୀରେନ୍ଦ୍ର କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ବେଦାନ୍ତ ଦର୍ଶନ ସମ୍ବନ୍ଧୀୟ ଅନନ୍ୟ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଭାବେ ସୁଶ୍ରୀ ଜ୍ୟୋତିର୍ମୟୀ ମହାପାତ୍ରଙ୍କ ” ଅହିଂସା ଅଟଇ ପରମ ଧର୍ମ ହିଂସା ଅଟେ ମହା ପାପ ରେ ” ସଂଗୀତଟି ସମସ୍ତଙ୍କ ହୃଦୟକୁ ଛୁଇଁଥିଲା l ଶିକ୍ଷୟିତ୍ରୀ ପ୍ରଣତି ତ୍ରିପାଠୀ, ପଣ୍ଡିତ ମନୋଜ କୁମାର କାଠ, ବେଦାନ୍ତ ସମିତିର କୁମାର କୁନ୍ଦନ ସିଂ, ବୁଦ୍ଧଦେବ ସାହାଣୀ, ଶ୍ୟାମସୁନ୍ଦର ପଣ୍ଡା, ଜ୍ୟୋତିରଞ୍ଜନ ତ୍ରିପାଠୀ, କେଶବ ଚନ୍ଦ୍ର ଶର୍ମା, ଉମାକାନ୍ତ ଉଦଗ l ତା, ଶରତ କୁମାର ଖୁଣ୍ଟିଆ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l ପ୍ରଥମରୁ ସ୍ୱାମୀଜୀ ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ଓ ମିଷ୍ଟାହ୍ନ ଶ୍ରଦ୍ଧାରେ ଉପହାର ଦେଲାପରେ ଅଂହିସା ପରମ ତପ, ଅହିଂସା ପରମ ଧର୍ମ , ଅହିଂସା ପରମ ବ୍ରତ ବୋଲି କହି ସେବାବ୍ରତୀ ମାନଙ୍କ ମନ କିଣି ନେଇଥିଲେ l ଶେଷରେ ବେଦାନ୍ତ ସମିତିର କୋଷାଧ୍ୟକ୍ଷ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l