
ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ର ମାଁ ଶ୍ୟାମଳାଈ ପରିଷର କଲ୍ୟାଣୀ ମଣ୍ଡପ ରେ ଗୁରୁବାର ଆମ ଆଦମୀ ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ଦିଲ୍ଲୀ ମଡେଲ ଆଣିବା ସହ ଶିକ୍ଷା, ସ୍ୱାସ୍ଥ୍ୟ,୨୦୦ ୟୁନିଟ୍ ବିଜୁଳି ଛାଡ, ପାଣି ମାଗଣା, ଓ ଦିନମଜୁରୀଆ ଙ୍କ ଟଙ୍କା ବାଟବରଣ, ରୋଜଗାରର ଆନ୍ଦୋଳନକୁ ମଜଭୁତ କରିବା । ଓଡ଼ିଶାରେ ଚାଲିଥିବା ଅମଲା ସାଶନ ଅନ୍ତ ଘଟାଇ କ୍ରାନ୍ତିକାରୀ ଦଳ ଏବଂ ଆଗାମୀ ୨୦୨୪ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ଓଡ଼ିଶାରେ କିପରି ଆପ୍ ର ସରକାର ହେବ ସେହି ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ଲକରୁ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେଇ ‘ମିସନ ଓଡ଼ିଶା’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ । ଏହି ସମ୍ମିଳନୀ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିଞିଳି ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ମିଟୁ ସାବତ ଙ୍କୁ ଆପ ଦଳୀୟ ନେତା ମନୋନୀତ ହୋଇଥିଲେ । ହିଞ୍ଜିଳିକାଟୁ ବ୍ଲକ ଆପ ସଭାପତି ଭାବେ ନୀଳାମ୍ବର ପାଢି ଓ ହିଞ୍ଜିଳିକାଟୁ ନଗର ଆପ ସଭାପତି ଭାବେ ନିଳାଚଂଳ ପଣ୍ଡିତ ଙ୍କୁ ଘୋଷଣା କରାଯାଇଛି।
ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ସୁବାସ ଚନ୍ଦ୍ର ରାଉତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୁଜୟ ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଜିଲ୍ଲା ଉପସଭାପତି ସୁଧିର ପ୍ରଧାନ, ବି ଏମ ସି ନଗର ସଭାପତି ସି ହରପ୍ରସାଦ, ମୁନିସିପାଲିଟି ନିର୍ବାଚନ ରେ ଵିଏମସି ମେୟର ପ୍ରାର୍ଥୀ ହୋଇଥିବା ସି ପ୍ରିୟଙ୍କା ଗଞ୍ଜାମ ଜିଲ୍ଲା ମହିଳା ସଭାନେତ୍ରୀ ନିବେସ୍ମିତା ପ୍ରଧାନ, ଗଞ୍ଜାମ ଜିଲ୍ଲା ମହିଳା ସମ୍ପାଦକ ଆରତି ପାଢି, ଙ୍କ ସମେତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ପୌରପାଳିକାର ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ ଆମ ଆଦମୀ ପାର୍ଟି ର ବିଚାରଧାରା ଓ ତାର ଜନମଙ୍ଗଳ କାରୀ ଯୋଜନା ବିଷୟରେ ଆଲୋଚନା କରି ଆଗାମୀ ଦିନରେ ଦଳକୁ ଓଡ଼ିଶାରେ କେମିତି ଶାସନ କ୍ଷମତା ରେ ଆଣିପାରିବା ସେ ବିଷୟରେ ଆଲୋଚନା କରାଯାଇଥିଲା।ହିଞ୍ଜିଳିକାଟୁ ବ୍ଲକ ସଭାପତି ନୀଳାମ୍ବର ପାଢୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ଜିଲ୍ଲାର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ୨୦୨୪ ମସିହାର ନିର୍ବାଚନ ପାଇଁ ବ୍ଲକସ୍ତରୀୟ ସଂଗଠନକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ । ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ସରିତା, ଶ୍ରୀତମ ବିଷୋଈ, କୈଳାଶ ସେଠୀ, ବିଷ୍ଟୁ ରଣା, ଦିନେଶ ପାତ୍ର, ରମେଶ ବେହେରା, ଅଭିମନ୍ୟୁ ଦଳାଇ, କାଳି ଦାଶ, ଲଡୁକିଶୋର ବିଶ୍ବାସରାୟ, ଅକୁର ସାହୁ, ଆଇନ ପରାମର୍ଶଦାତା କୈଳାସ ସିଁଗମ, ଜିଲ୍ଲା ସଂଗଠକ ସୁବାସ ପଶୁପାଳକ, ପୋଚିଲିମା କୁଳ ମୁଖ୍ୟ ସୁରେଶ ଦାସ ପ୍ରମୁଖ ଙ୍କ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।