ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ନବୀକରଣ ଛାତ୍ରାବାସ ଉଦ୍ଘାଟିତ

add-all

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନବୀକରଣ ହୋଇଥିବା ଦୁଇଟି ଛାତ୍ରାବାସର ଶୁଭ ଉଦଘାଟନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି | ଓଡିଶା ସରକାରଙ୍କ ଆର୍ଥିକ ଅନୁଦାନରେ ଗୋପବନ୍ଧୁ ଏବଂ ମଧୁସୂଦନ ଛାତ୍ରାବାସର ନବୀକରଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ପୋଲିସ୍ ଗୃହ ଏବଂ କଲ୍ୟାଣ ନିଗମ ଦ୍ୱାରା ସମ୍ପାଦିତ ହୋଇଛି | ଛାତ୍ରାବାସଗୁଡ଼ିକର ଅବସ୍ଥା ବର୍ଷ ବର୍ଷ ଧରି ସଙ୍କଟାପନ୍ନ ରହିଥିଲା। ଅଧିକାଂଶ କୋଠରୀଗୁଡ଼ିକ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିଲା ଏବଂ ମରାମତି କାମ ଦୀର୍ଘ ସମୟ ହୋଇନଥିଲା | ଏହାର ପ୍ରତିଷ୍ଠା ହେବାର ପ୍ରାୟ ୬୦ ବର୍ଷ ପରେ ଉଭୟ ଛାତ୍ରାବାସର ନବୀକରଣ କରାଯାଇ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ପୁନଃ ଉତ୍ସର୍ଗ କରାଯାଇଛି |
ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡକ୍ଟର ଅଭୟ କୁମାର ନାୟକ, ପିଜି ପରିଷଦର ଅଧ୍ୟକ୍ଷ ଡଃ. ଦୁର୍ଗା ଶଙ୍କର ପଟ୍ଟନାୟକ, ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା ଏବଂ ଉନ୍ନୟନ ଅଧିକାରୀ ଡଃ. ମନୋରଂଜନ ସେନାପତି, ଅନ୍ୟାନ୍ୟ ପଦାଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.