ଦୁର୍ନୀତି: ପ୍ରଗତିର ପ୍ରଧାନ ପ୍ରତିବନ୍ଧକ ର୍ଶୀଷକ ଆଲୋଚନା ଚକ୍ର ଅନୁଷ୍ଠିତ

add-all

ଫୁଲବାଣୀ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଫୁଲବାଣୀ ପ୍ରେସ୍ କ୍ଳବ୍ ଓ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ସହାୟତାରେ ଦୁର୍ନୀତି ପ୍ରଗତିର ପ୍ରଧାନ ପ୍ରତିବନ୍ଧକ ର୍ଶୀଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ଦୁର୍ନୀତି ନିବାରଣ ବିଭାଗର ଉପଅଧ୍ୟକ୍ଷ ଅରୁଣ କୁମାର ନାୟକ ।ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୁର୍ନୀତି ନିବାରଣ ଉପରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ନବୀନ କିଶୋର ପଣ୍ଡା ,କମଳାକାନ୍ତ ପାଣ୍ଡେ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁପ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୁର୍ନୀତି ନିବାରଣ ଓ ତାର ପ୍ରତିକାର ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।
ଜିଲ୍ଲା ପ୍ରେସ୍ କ୍ଳବର ସଭାପତି ସୁନିଲ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ଫାଦକ ଅଶୋକ ପରିଡା ସଭାକୁ ସଂଯୋଜନା କରିଥିଲେ । ପ୍ରେସ୍ କ୍ଳବ ର ସମ୍ଫାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଜୟ ସେନ ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ଜେନା, ସୂର୍ଯ୍ୟ ନାରାୟଣ ବେହେରା,ସୁଧୀର ମହାରଣା, ବିରେନ୍ଦ୍ର ସୁବୁଦ୍ଧି, ବୈଦ୍ଯ ନାୟକ ପ୍ରମୂଖଙ୍କ ସମେତ ଜିଲ୍ଲାର ବରିଷ୍ଠ ନାଗରିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.