ମା’ ଓ ଝିଅଙ୍କୁ ହତ୍ୟା ମାମଲା : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ

add-all

ଝାରସୁଗୁଡ଼ା: ମା-ଝିଅ ହତ୍ୟାକାଣ୍ଡ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି। ୨୦୧୬ ମସିହାରେ ମା’ ଓ ଝିଅଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଅନୁପ ସାଏଙ୍କୁ ଗତ ଏପ୍ରିଲ ମାସରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। କିନ୍ତୁ ଏ ମାମଲାର ସହ-ଅଭିଯୁକ୍ତ  ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ କୋର୍ଟ ନିର୍ଦ୍ଦୋଷରେ  ଖଲାସ କରିଥିଲେ।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପୂର୍ବତନ ବିଧାୟକ ଅନୁପ ସାଏ କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟ ଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ। ରାୟଗଡ଼ ଜିଲ୍ଲା ହମୀରପୁର ରାସ୍ତାରେ ଅଜଣା ଲୋକମାନେ କଳ୍ପନା ଓ ତାଙ୍କ ଝିଅଙ୍କର ମୃତଦେହ ଠାବ କରିଥିଲେ। ପରେ ଏହି ମୃତଦେହ କଳ୍ପନା ଦାସ ଓ ତାଙ୍କର ଝିଅ ଭାବେ ଚିହ୍ନଟ ହୋଇଥିଲା। ପ୍ରେମ ସଂପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଏସ୍‌ପି ସନ୍ତୋଷ ସିଂଙ୍କ ନେତୃତ୍ବରେ ଚକ୍ରଧରନଗର ପୁଲିସ ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ମସିହାରେ ଗିରଫ କରିଥିଲା।

ad-week
Leave A Reply

Your email address will not be published.