ସରିଲା ୨୦ଟି ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ; ଲୋକାର୍ପଣ କରିବେ ରାଷ୍ଟ୍ରପତି

add-all

କଟକ ୦୪/୧୧: ଇଂରାଜୀରୁ ଓଡ଼ିଆକୁ ଅନୁବାଦ ହୋଇଥିବା ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମର ୨୦ଟି ବିଷୟର ବହି ଏହା ମଧ୍ୟରେ ପ୍ରସ୍ତୁତ ହୋଇସାରିଛି। ଏହି ବହି ଗୁଡିକ ଆଗାମୀ ନଭେମ୍ୱର ୧୧ରେ ମହାମହିମ ରାଷ୍ଟ୍ରପତି ଲୋକାର୍ପଣ କରିବେ। ଭୁବନେଶ୍ୱର ଜୟଦେବ ଭବନରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଯେଉଁଠି ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପୁସ୍ତକ ଗୁଡ଼ିକର ଅନୁବାଦ କରାଯାଇଛି ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.