କ୍ୟାରି ବ୍ୟାଗ୍‌ ପାଇଁ ନେଇଥିଲେ ଅଧିକ ଟଙ୍କା; ୨୫ ହଜାର ଜୋରିମାନା ଦେବାକୁ ଖାଉଟି ଅଦାଲତର ନିର୍ଦ୍ଦେଶ

add-all

କଟକ ୦୪/୧୧ : କ୍ୟାରି ବ୍ୟାଗ ବାବଦରେ ଅଧିକ ଟଙ୍କା ରଖିଥିବା ଏକ ପ୍ରତିଷ୍ଠିତ ସପିଙ୍ଗ ମଲ କୁ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି। ୨୦୨୦ ଡିସେମ୍ବରରେ ଏଭଳି ଏକ ଘଟଣା ଘଟିଥିଲା। କଟକ ହରିପୁର ବାସିନ୍ଦା ପଦ୍ମଲୋଚନ ରାଉତ ଦୋଳମୁଣ୍ଡାଇରେ ଥିବା ବଜାର କୋଲକତା ସପିଙ୍ଗ ମଲରୁ ଏକ ସାର୍ଟ କିଣିଥିଲେ।

ତେବେ କ୍ୟାରି ବ୍ୟାଗ ବାବଦରେ ତାଙ୍କଠାରୁ ସପିଂ ମଲ୍‌ କର୍ତ୍ତୃପକ୍ଷ ଅଧିକ ଟଙ୍କା ନେଇଥିଲେ। ଏହି ବିଷୟରେ ସପିଙ୍ଗ ମଲ ଅଧିକାରୀ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ, ପଦ୍ମଲୋଚନ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଦାୟର ପିଟିସନର ଶୁଣାଣି କରି ଗ୍ରାହକଙ୍କୁ ୧୦ ହଜାର ଟଙ୍କାର କ୍ଷତିପୂରଣ ଓ ମାମଲା ପରିଚାଳନା ବାବାଦକୁ ୧୫ ହଜାର ଟଙ୍କାର ଦେୟ ଦେବାଲାଗି ଅଦାଲତ  ବଜାର କୋଲକତା କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.