ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ

add-all

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ। ପଞ୍ଚୁକ ପରେ ପରେ ଆରମ୍ଭ ହେବ କାମ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ କବାଟ ଦୋହଲୁଛି। ତେଣୁ ନୂଆ କବାଟ ଲଗାଇବାକୁ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତେବେ ଏହି କାମ ପାଇଁ ପାଖାପାଖି ୧୫ ଦିନ ପାଇଁ ସିଂହଦ୍ବାରକୁ ପୂରା ବନ୍ଦ ରଖାଯିବ। ଯାହାଦ୍ବାରା ସେବାୟତ ମାନଙ୍କ ସହିତ, ସମସ୍ତ ଶ୍ରଦ୍ଧାଳୁମାନେ ମନ୍ଦିରର ଉତ୍ତରଦ୍ବାର ଦେଇ ଯାତାୟତ କରିବେ। ଏନେଇ ମନ୍ଦିର ପ୍ରଶାସନ ସମେତ ବିଭିନ୍ନ ନିଯୋଗକୁ ଏଏସ୍‌ଆଇ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାପଡିଛି।

ମନ୍ଦିର ସିଂହଦ୍ବାରରେ ହେବାକୁ ଥିବା ଏହି କାମ ପାଇଁ କିଛି ଉଠା ଦୋକାନୀ ଓ ମନ୍ଦିର ଭିତରେ ଥିବା କିଛି ଭୋଗ ଦୋକାନକୁ ବାହାର କରିବାକୁ ଏଏସ୍‌ଆଇ ମଧ୍ୟ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ସୂଚନା ଥାଉକି, ଏଏସ୍ଆଇ ଏହାରି ଭିତରେ ବନ ଉନୟନ ନିଗମରୁ ଶାଗୁଆନ୍‌ କାଠ ଆଣି ନୂଆ କବାଟ ନିର୍ମାଣ କାମ ଶେଷ କରିଛି। ୧୫ଫୁଟ୍‌ ଲମ୍ବ ଓ ୫ ଫୁଟ୍‌ ଚଉଡ଼ାରେ କବାଟ ତିଆରି ହୋଇଛି ଏବଂ ୮୨ ଘନଫୁଟ ଶାଗୁଆନ୍‌ କାଠ ଲାଗିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ କବାଟ ଝୁଲାଇଦିଆଯିବ। ସ୍ବତନ୍ତ୍ର କବ୍‌ଜା ନିର୍ମାଣ କରାଯାଇଛି ଏବଂ ଆବଶ୍ୟକ ହେଲେ କବାଟର ଓଜନକୁ ଦେଖି ବଡ଼ କବ୍‌ଜା ଲାଗିବ ବୋଲି ନିଷ୍ପତି ନିଆଯାଇଛି।

ad-week
Leave A Reply

Your email address will not be published.