ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ

newyr25

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି। ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି। ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଆସିଛି।

ଲୋକେ ଯେମିତି ପ୍ରତିଶ୍ରୁତି ଦେଇଥିଲେ, ସେହି ହିସାବରେ ଭୋଟ ଆସିଛି ବୋଲି କହିଛନ୍ତି ପ୍ରମିଳା। ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ବିଜେଡି ଜିତିବ ବୋଲି ସେ କହିଛନ୍ତି। ସେହିପରି ଉପନିର୍ବାଚନରେ ବିଜୟ ନେଇ ଆଶାବାଦୀ ଅଛନ୍ତି ବିଜେପି ଓ କଂଗ୍ରେସ।

Leave A Reply

Your email address will not be published.