ଗଜପତିରେ ୬୩ଟି ଛେଳିକୁ ମାରିଦେଲା ଅଜଣା ଜନ୍ତୁ

add-all

ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡୀଗାଁ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ଗତକାଲି ବିଳମ୍ବିତ ରାତ୍ର ଅଜଣା ଜନ୍ତୁ ଶିକାରରେ ୬୩ଟି ଛେଳି ମରିଥିବା ବେଳେ ୨୮ଟି ଛେଳିର ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ ପ୍ରାଣୀଚିକିତ୍ସା ବିଭାଗର କର୍ମଚାରୀ ମାନେ ପହଞ୍ଚି ଗୁରୁତର ଛେଳିଙ୍କୁ ଚିକିତ୍ସା କରିଥିବା ସତ୍ତ୍ବେ ସେହି ଚିକିତ୍ସିତ ଛେଳି ଗୁଡିକର ବଞ୍ଚିବା ସମ୍ଭାବନା କ୍ଷୁଣ ବୋଲି ବିଭାଗ କହିଛି।

ସେପଟେ କେଉଁ ପ୍ରକାର ଜନ୍ତୁ କେଉଁଠାରୁ ଆସିଲା କେଉଁଠାକୁ ଗଲା ବନବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ମୁତ ଛେଳି ପାଳକ ମାନେ କ୍ଷତିପୂରଣ ଦାବୀ କରିବା ସହ ଘଟଣାର ତଦନ୍ତ ଓ ସମସ୍ୟା ସମାଧାନ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.