ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ବର: ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣାର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଭିଯୁକ୍ତ ଜୟନ୍ତ ମହାନ୍ତିଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ପୁଲିସରେ ଚାକିରି କରାଇଦେବା ନାଁରେ ୩୮ ଆଶାୟୀଙ୍କଠାରୁ୧.୪୭ କୋଟିର ଠକେଇ କରିଥିଲେ ଜୟନ୍ତ ମହାନ୍ତି । ୨୦୧୩ରେ ୩୮ ଆଶାୟୀ କମ୍ବାଇନ ପୁଲିସ ସର୍ଭିସ ପରୀକ୍ଷା ଦେଇଥିବା ବେଳେ ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାଁ ନ ଥିବା ଦେଖି ଆଶାୟୀ ବିସ୍ମିତ ହୋଇଥିଲେ। ଏହାପରେ ସେମାନେ ପୁଣି ଜୟନ୍ତଙ୍କୁ ଏନେଇ ପ୍ରଶ୍ନ କରିବାରୁ ଦ୍ୱିତୀୟ ତାଲିକା ବାହାରିବ କହି ଟଙ୍କା ହଡ଼ପ କରିଥିବାର ଅଭିଯୋଗ ହୋଇଥିଲା। ବାଦଲ କୁମାର ରାଉଳଙ୍କ ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ବୈକୁଣ୍ଠ ନାଥ ନାୟକ, ଭୀମସେନ ମହାରଣା ଓ ଜୟନ୍ତ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ବୈକୁଣ୍ଠ ଓ ଭୀମସେନଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.