ଚାରି ଶହରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ୍…

add-all

ଚିତ୍ରକୋଣ୍ଡା: ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ା ଠାରେ ୪୦୦ ଜଣ ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ ହୋଇଛନ୍ତି l ନିକଟ ଅତୀତରେ ଅର୍ଥାତ୍ ଅଗଷ୍ଟ ମାସ ୨୨ ତାରିଖରେ ଗୁରୁପ୍ରିୟା ଠାରେ ୧୮୦ ଜଣ ମିଲେସିଆ ଏବଂ ୫୦୦ ଶହରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିଲେ l ଆଜି ସେଇଭଳି ଏକ ସ୍ୱତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମରେ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଓ ପାପରମେଟେଲା ପଞ୍ଚାୟତ ଅଂଚଳରୁ ୪୦୦ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ଦକ୍ଷିଣାଞ୍ଚଳ ଡି.ଆଇ.ଜି. ରାଜେଶ ପଣ୍ଡିତ , ମାଲକାନଗିରି ଏସ.ପି. ନୀତିଶ ୱାଡୱାନି, ଚିତ୍ରକୋଣ୍ଡା ଏସ.ଡ଼ି.ପି.ଓ. ଆଲେକ୍ସିଅସ କିସପୋଟା , ପୋଲିସ ଅଧିକାରୀ ଲଷ୍ମୀ ନାରାୟଣ ମୁଦୁଲି, ଯୋଡ଼ାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଏବଂ ପାପରମେଟେଲା ଥାନା ଅଧିକାରୀ ରଜନୀକାନ୍ତ ଦୀପ ଙ୍କ ଉପସ୍ଥିତିରେ ଘର ବାହୁଡା଼ ନିମନ୍ତେ ମାଓବାଦୀ ହାତ ଛାଡ଼ି ସରକାର, ଓଡିଶା ପୁଲିସର ବିଶ୍ୱାସ ଭାଜନ ହୋଇ ହାତ ଧରି ଶପଥ ପାଠ କରିବା ସହିତ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିଲେ l ପରେ ମାଓବାଦୀଙ୍କ କୁଶ ପୁତ୍ତଳିକା ଦାହ କରି ମାଓବାଦୀ ଡ୍ରେସ ଗୁଡ଼ିକୁ ପୋଡ଼ିଥିଲେ l ଏଥି ସହିତ ଓଡିଶା ପୁଲିସ ତରଫରୁ ସମସ୍ତଙ୍କୁ ବିଭିନ୍ନ ବସ୍ତ୍ର, ଖେଳ ସାମଗ୍ରୀ ଏବଂ ଉପକରଣ ପ୍ରଦାନ କରାଯାଇଥିଲା l କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ବିକାଶ ମୂଳକ କାମରେ ଆକୃଷ୍ଟ ହୋଇ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିବା କହିଛନ୍ତି ଜନସାଧାରଣ l

ad-week
Leave A Reply

Your email address will not be published.