କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

add-all

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ମାସ ଏକ ମାସ ଧରି ବ୍ରତ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଏହି ପବିତ୍ର ମାସରେ ହାବିଷ୍ୟ କରି କାର୍ତ୍ତିକ ବ୍ରତ ପାଳନ କରାଯାଏ।ଏହି ମାସରେ ଆକାଶଦୀପ ପ୍ରତିଷ୍ଠା କାର୍ତ୍ତିକ କୃତ୍ୟର ଆଉ ଏକ ଅବଦାନ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ । ଗ୍ରାମରେ ମନ୍ଦିରରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ । ଆଜି କାର୍ତ୍ତିକ ପୂର୍ଣ୍ଣିମା ରେ ବୋଇତ ବନ୍ଦାଣ ଉତ୍ସବ ବେଶ ଉତ୍ସାହ ସହ ପାଳନ ହୋଇଥିଲା। ଏଥିପାଇଁ ଗୋପାଳପୁର ବେଳା ଭୂମିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି କୁ ପାଳନ କରିଥିଲେ ବହୁ ଶ୍ରଦ୍ଧାଳୁ।। ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ଗାନ କରନ୍ତି ‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ବିଶ୍ୱାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ ।ଏଥିପାଇଁ ଗୋପାଳପୁର ବେଳାଭୂମି ସମେତ ସମସ୍ତ ଜଳାଶୟ ରେ ମହିଳା ଙ୍କ ଭିଡ଼ ଲାଗି ରହିଥିଲା।କୋଭିଡ ର ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ବେଶ ଉତ୍ସାହ ର ସହିତ ପାଳନ ହୋଇଥିଲା।ଚନ୍ଦ୍ର ଗ୍ରହଣ କୁ ଦୃଷ୍ଟି ରେ ରଖି ପ୍ରାତଃ ଚାରିଟା ରୁ ପାଞ୍ଚଟା ମଧ୍ୟରେ ବିଧି ଅନୁସାରେ ବୋଇତ ଭାଷାଣି ହୋଇଥିଲା। ଏଥିଲାଗି ଚକଚଞ୍ଚଳ ହୋଇ ଉଠିଥିଲା ଗାଁ ରୁ ସହର।

ad-week
Leave A Reply

Your email address will not be published.