ଶକ୍ତିନଗର ତାଲାବନ୍ଦ ଘରୁ ଚୋରି…

add-all

ବ୍ରହ୍ମପୁର : ଲୋଚାପଡା ରୋଡ ଶକ୍ତିନଗର
ନିକଟରେ ଥିବା ଆଦିଶକ୍ତି ନଗର ଦ୍ୱିତୀୟ ଲାଇନର ମହେନ୍ଦ୍ର ପଣ୍ଡା ଘରୁ ଚୋରି ଅଭିଯୋଗ ହୋଇଛି ସୂଚନା ଥାଉକି ପଣ୍ଡା ନିଜ ଭାଇର ସ୍ୱାସ୍ଥ୍ୟ ଖରାପ ଶୁଣି ମଙ୍ଗଳବାର ସନ୍ଧ୍ୟା ରେ ପୁରୁଷୋତ୍ତମପୁର ଘରକୁ ଯାଇଥିଲେ ବୁଧବାର ଦିନ ଏଗାର ଘଣ୍ଟା ଘରକୁ ଫେରି ଦେଖିଲେ ଘରର ଗ୍ରିଲ ଖୋଲା ଅଛି ଭିତରକୁ ଯାଇ ଦେଖିଲେ ଘରର ଆଲମାରୀ ଖୋଲା ଅଛି ତା ଭିତରେ ଥିବା ଦଶ ହଜାର ଟଙ୍କା, ଲାପଟୋପ ଓ କେରି ବେଗ ଭିତରେ ଥିବା କିଛି ରୁପା ଟଙ୍କା ଚୋରି ହୋଇ ଯାଇଛି ପଣ୍ଡା ସଙ୍ଗେ ସଙ୍ଗେ ନିମଖଣ୍ଡି ଫାଣ୍ଡିକୁ ଜଣାଇ ଥିଲେ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି, ଏହି ଅଞ୍ଚଳ ରେ ରୀତି ମତ ପୋଲିସ ପେଟ୍ରୋଲିଙ୍ଗ ଜାରି ରଖିଛି କିନ୍ତୁ ଘରେ କିଏ ନଥିବା ସୁଯୋଗ ନେଇ ଚୋରୀ କରିଥିବା ଚର୍ଚ୍ଚା ହେଉଛି, ପ୍ରାଥମିକ ତଦନ୍ତ ରୁ ସ୍ପଷ୍ଟ ସନ୍ଦେହ ହେଉଛି କିଏ ଜଣେ ଜଣା ଶୁଣା ବ୍ୟକ୍ତି ଏହି କାର୍ଯ୍ୟ କରିଥାଇ ପାରେ..

ad-week
Leave A Reply

Your email address will not be published.