ଆଦିବାସୀ କଲ୍ୟାଣ ବିଦ୍ୟାଳୟରୁ ନିଖୋଜ ଥିଲେ ଛାତ୍ର; ସ୍କୁଲ ପାଖ କାଜୁବାଡ଼ିରୁ ମିଳିଲା ମୃତଦେହ

add-all

ନବରଙ୍ଗପୁର ୦୯/୧୧: ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ବୁଧବାର ସ୍କୁଲ ପାଖରେ ଥିବା କାଜୁବାଡ଼ିରୁ ନିଖୋଜ ଛାତ୍ରର ଝୁଲନ୍ତା ମୃତଦେହ ଡାବୁଗାଁ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ପରିଚୟ ଶଙ୍କର ହରିଜନ। ଡାବୁଗାଁ ଥାନା ମାନିଗାଁ ଆଦିବାସୀ କଲ୍ୟାଣ ବିଭାଗ ସରକାରୀ ଉଚ୍ଚ ବିଦ୍ୟାଳୟର ସେ ୧୦ମ ଶ୍ରେଣୀ ଛାତ୍ର ଥିଲା।

ଖବର ଅନୁସାରେ, ମାନିଗାଁ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଅନ୍ତେବାସୀ ଛାତ୍ର ଶଙ୍କର ହରିଜନ ବିଦ୍ୟାଳୟରୁ ଗତ ଦୁଇଦିନ ଧରି ନିଖୋଜଥିଲା। ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଥିଲା। ଛାତ୍ର ପରିବାର ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଖୋଜ ପାଇଁ ଦାୟୀକରି ଅନ୍ୟ  ଏକ ଏତେଲା ଦିଆଯାଇଥିଲା। ଆଜି ସକାଳୁ ବିଦ୍ୟାଳୟ ପାଖରେ କାଜୁବାଡ଼ିରୁ ନିଖୋଜ ଛାତ୍ରର ମୃତଦେହ ମିଳିବାପରେ,ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ପହଞ୍ଚିଲେ ଶବ ଉଦ୍ଧାର କରିବା ନେଇ ସୂଚନା ମିଳିଛି। ମରଶରୀରକୁ ଦେଖି  ମୃତ ଛାତ୍ରର ପରିବାର ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଗିରଫ ଦାବୀ କରି ସ୍କୁଲ ସାମନା ମାନିଗାଁ ଓ ମୈଦଲପୁର ପରିବାର ଲୋକ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.