୧୦ ମାସ ଧରି ନିଖୋଜ ଥିବା ଛାତ୍ରୀଙ୍କ ମିଳିଲା ମୃତଦେହ, ମାଟି ଖୋଳି ଉଦ୍ଧାର କଲା ନୂଆପଡ଼ା ପୋଲିସ୍

add-all

ନୂଆପଡ଼ା: ୧୦ ମାସ ପରେ ମିଳିଲା ମୃତଦେହ। ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ୍। ଘଟଣାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ନୂଆପଡ଼ାରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ମାଟିତଳେ ପୋତିଦେଇଥିଲା ଅଭିଯୁକ୍ତ। ଗତ ଜାନୁଆରି ୯ ତାରିଖରୁ ଛାତ୍ରୀ ଜଣକ ନିଖୋଜ ହୋଇ ଯାଇଥିଲେ।

ନିଖୋଜ ନେଇ ପରିବାର ଲୋକେ ନୂଆପଡା ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ହେଲେ ୧୦ ମାସ ପରେ ବି ଛାତ୍ରୀଙ୍କ କୌଣସି ପତ୍ତା ମିଳିନଥିଲା। ଗତ କିଛି ଦିନ ତଳେ ଛାତ୍ରୀଙ୍କ ବାପାଙ୍କ ନାଁରେ ଏକ ବେନାମୀ ଚିଠି ଆସିଥିଲା।

ସେଥିରେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ପୋତି ଦିଆଯାଇଥିବା ଉଲ୍ଲେଖ ଥିଲା। ଏହାପରେ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଆରମ୍ଭ ହୋଇଥିଲା ତଦନ୍ତ। ଧାନ ବିଲ ମଝିରୁ ମାଟି ଖୋଲି ଗଳିତ ମୃତଦେହ ଉଦ୍ଧାର କରିଛି ନୂଆପଡ଼ା ପୋଲିସ୍।

ad-week
Leave A Reply

Your email address will not be published.