ବନ୍ଧୁକ ଦେଖାଇ ସୁନା ଚେନ୍ ଓ ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

add-all

ସୋର ୧୧/୧୧: ବନ୍ଧୁକ ଦେଖାଇ ଯୁବକଙ୍କ ପାଖରୁ ଲୁଟ୍‌ ଅଭିଯୋଗ। ସେ ତାଙ୍କ ମାମୁଁ ଘରକୁ ଯିବାବେଳେ ଏପରି ଲୁଟ୍‌ର ଶିକାର ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିଚୟ ଜୟନ୍ତ ସାହୁ। ସେ ମୂଳେଶ୍ୱର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏପରି  ଅପରାଧିକ ଘଟଣା ବାଲେଶ୍ୱର ଜିଲ୍ଲା ସୋରରେ ଥିବା କଲେଜ୍‌ ଛକ ପାଖରେ ହୋଇଛି। ଖବର ଅନୁସାରେ,  ଯୁବକ ଜଣକ ମାମୁଁ  ଘରକୁ  ଟଙ୍କା  ନେଇ ଗଲା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜାତୀୟ ରାଜପଥରେ ଅଟକାଇ ଥିଲେ। ପରେ  ଯୁବକ  ଜଣକ ଗାଡି  ଅଟକାଇଥିଲେ ।

ପରେ ଏକ କାରରୁ ୪ ଯୁବକ ବାହାରି ତାଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ। ଏହା ପରେ  ବନ୍ଧୁକ ଦେଖାଇ ତାଙ୍କ ଠାରୁ ମାଡ଼ ସୁନା ଚେନ  ଓ  ୧୨ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଯୁବକ ଜଣକ କୌଶଳ କ୍ରମେ କାରଟିର ଫୋଟୋ ଉଠାଇ ନେଇଥିଲେl ସେହିକାର୍‌ର ଗାଡି ନମ୍ୱର ହେଉଛି OD02BX5115। ସେହି କାରଟି ବାଲେଶ୍ୱରରୁ ଭଦ୍ରକ ଆଡ଼କୁ ଯାଉଥିଲା

ad-week
Leave A Reply

Your email address will not be published.