ପ୍ରକାଶ ପାଇଲା OJS ରେଜଲ୍ଟ

add-all

ଭୁବନେଶ୍ଵର: ପ୍ରକାଶ ପାଇଲା ଓଡିଶା  ଜୁଡିସିଆଲି ସର୍ଭିସ(ଓଜେଏସ)-୨୦୨୨ର ଫଳାଫଳ। ପୁଅକୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ତିନି ଝିଅ। ଏଥର  ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି।

ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ଵିତୀୟ ଏବଂ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଭୁପ୍ରସାଦ ନାୟକ ଚତୁର୍ଥ ସ୍ଥାନରେ ରହିଛନ୍ତି। ଉଲ୍ଲେଖନୀୟ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ସିଭିଲ୍ ଜଜ୍‌ ପଦବୀରେ ନିଯୁକ୍ତି ଦିଆଯାଏ। ଓଡିଶା ପବ୍ଲିକ ସର୍ଭିସ କମିସନ ତତ୍ତ୍ଵାବଧାନରେ ଓଜେଏସ୍ ପରୀକ୍ଷା ଆୟୋଜିତ ହୋଇଥାଏ।

ad-week
Leave A Reply

Your email address will not be published.