ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି

add-all

ଭୁବନେଶ୍ୱର ୧୧/୧୧: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ ସମ୍ପତ୍ତିର ଇଡି ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ଅର୍ଚ୍ଚନା ନାଗଙ୍କ ସହ ଖଗେଶ୍ବରଙ୍କ ମଧ୍ୟରେ ହେଉଥିବା ଟଙ୍କା ନେଣଦେଣକୁ ନେଇ ମଧ୍ୟ ତଦନ୍ତହେବ ବୋଲି କୁହାଯାଇଛି। ଇଡି କାର୍ଯ୍ୟାଳୟରେ ଖଗେଶ୍ବରଙ୍କୁ ରଖାଯାଇ ଜେରା କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଥାଉକି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱର ଗିରଫ ହୋଇଥିଲେ। ଖଗେଶ୍ୱରଙ୍କ ଗିରଫ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଖାସ୍‌ କରି ଟଙ୍କା ନେଣଦେଣ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଖଗେଶ୍ଵରଙ୍କ ୫ଟି ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କାର ଦେଣନେଣ ହୋଇଛି। ଯାହାର ପ୍ରମାଣ ଏବେ ଇଡି ହାତରେ ଲାଗିଥିଲା।

ସେପଟେ ଇଡି କାର୍ଯ୍ୟାଳୟରେ ଖଗେଶ୍ୱରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଅର୍ଚ୍ଚନା-ଜଗବନ୍ଧୁ ଟଙ୍କା ନେଣଦେଣ ମାମଲାରେ ଖଗେଶ୍ୱରକୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଇଡି ଆବେଦନ କରିଥିଲା। ଏହି ସମୟରେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ମଧ୍ୟ ଇଡି ତଥ୍ୟ ଯୋଗାଡ଼ କରୁଥିଲା।

ସୂଚନାଯୋଗ୍ୟ ଯେ, ଗୁରୁବାରଠୁ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲେ ଇଡି। ଏହିକ୍ରମରେ ଗୁରୁବାର ରାତିରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଅଟକ ରଖି ଇଡି ପଚରାଉଚରା କରୁଥିଲା। ପରେ ଗୁରୁବାର ଦିନ ଖଗେଶ୍ୱରଙ୍କୁ ଇଡି ଗିରଫ କରିଥିଲା। ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରରେ ସଂପୃକ୍ତି ଥିବା ସନ୍ଦେହରେ ଗିରଫ କରିଛି ଇଡି।

ad-week
Leave A Reply

Your email address will not be published.