ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ

add-all

ମାହାଙ୍ଗା ୧୧/୧୧: ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନ ୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ। ଏପରି ଏକ ଘଟଣା  ମାହାଙ୍ଗା ବ୍ଲକ ଲଳିତଗିରିରେ ଦେଖିବାକୁ ମିଳିଛି। କିନ୍ତୁ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ଅନୁସାରେ, ଶୁକ୍ରବାର ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଫଳରେ ଅଙ୍ଗନୱାଡିର ରୋଷେଇ ଘର ସହିତ ଶ୍ରେଣୀ ଗୃହକୁ ନିଆଁ ବ୍ୟାପିଯାଇଥିଲା।

ସୁଚନା ଅନୁସାରେ ଏହି କେନ୍ଦ୍ରର ସହାୟିକା (ପାଚିକା) ରୋଷେଇ ଘରେ ତରକାରୀ ଗ୍ୟାସରେ ବସେଇ ବାହାରେ  ଆସି କାମ କଲା ବେଳେ ହଠାତ୍ ଗ୍ୟାସ ଟାଙ୍କିର ମଝିରୁ ଫାଟି ନିଆଁ ଲାଗିଯାଇଥିଲାଏହା ଦେଖି ପାଚିକା ଜଣକ ଅଙ୍ଗନୱାଡ଼ି ଦିଦି ସମେତ ଯୋରେ ଡାକ ପକେଇଥିଲେ। ତତକ୍ଷଣାତ୍ ଅଙ୍ଗନୱାଡି ଦିଦି ଓ ପାଚିକା ଦୁହେଁ ମିଶି ଶ୍ରେଣୀ ଗୃହରେ ପଢୁଥିବା ସମସ୍ତ କୁନି କୁନି ଛାତ୍ର ଛାତ୍ରୀ ମାନକୁ ସୁରକ୍ଷିତ ଅବସ୍ଥାରେ ପଡ଼ିଆ ମଧ୍ୟକୁ ନେଇ ଆସିଥିଲେ। କିନ୍ତୁ ନିଆଁର ପ୍ରକୋପ ଅଧିକ ଥିବାରୁ ରୋଷେଇ ଘରର ସମସ୍ତ ସାମଗ୍ରୀ ସହିତ ଶ୍ରେଣୀ ଗୃହର ବହି, ଖାତା ଓ ଆନୁଷଙ୍ଗିକ କାଗଜପତ୍ର ସବୁ ପୋଡ଼ି ଯାଇଥିଲା।

ଏହାପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଛି। ସବୁଠାରୁ ବଡ଼ କଥା ହେଉଚି କିନ୍ତୁ ଅଙ୍ଗନୱାଡ଼ି ଦିଦି ଓ ପାଚିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା  ଅଭିଭାବକ ମାନେ କହିଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.