ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଲୁଟ୍: ମିକ୍ସଚର କମ୍ପାନୀର ପିକଅପ ଭ୍ୟାନରୁ ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

add-all

ସାଲେପୁର: ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଲୁଟ୍‌ । ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ା ଠାରେ ଘଟିଛି ଏହି ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକଅପ ଭ୍ୟାନ୍ କେନ୍ଦ୍ରାପଡ଼ାରୁ ଫେରୁଥିବା ବେଳେ ହଠାତ ଏକ ବାଇକରେ ୩ ଯୁବକ ଆସି ରାସ୍ତାରେ ଅଟକାଇଥିଲେ ।

ପିକଅପ ଭ୍ୟାନ୍ ଗାଡି ଅଟକିବାରୁ ହଠାତ୍ ବନ୍ଧୁକ ମୁଣ୍ଡରେ ଲଗାଇ ପାଖାପାଖି ୫ଲକ୍ଷ ଟଙ୍କା ଥିବା କ୍ଯାସ୍ ବ୍ଯାଗ ନେଇ ତୀବ୍ର ବେଗରେ ପଳାଇ ଯାଇଥିଲେ। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ଗାଡ଼ିରେ ଥିବା ମିକ୍ସଚର କମ୍ପାନୀ କର୍ମଚାରୀ। ନିଶ୍ଚିନ୍ତକୋଇଲି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ସାଲେପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ।

ad-week
Leave A Reply

Your email address will not be published.