ବ୍ରହ୍ମକୁମାରୀ ପକ୍ଷରୁ ଗୋଲ୍ଡେନ୍‌ ଜୁବ୍‌ଲି ପାଳନ, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

ଅନୁଗୋଳ, ୧୩/୧୧: ଅନୁଗୋଳ ସଭାଘର ଠାରେ ବ୍ରହ୍ମକୁମାରୀ ପକ୍ଷରୁ ଗୋଲ୍ଡେନ ଜୁବଲି ପାଳନ ହେଉଛି । ଏଥିରେ ୧୦ଟି ଜିଲ୍ଲାର ପାଖାପାଖି ୨ହଜାର ସଦସ୍ୟ ଯୋଗଦାନ ଦେଇଛନ୍ତି । ଶାନ୍ତି ଅନୁଭୂତି ଧାମ ବ୍ରହ୍ମ କୁମାରୀ ଅନୁଗୋଳ ପକ୍ଷରୁ ଆୟୋଜନ ହୋଇଛି। ଏହି ସଭାରେ ରାଜ ଯୋଗିନୀ ଭି.କେ କମଲେସ ଯୋଗ ଦେଇଛନ୍ତି । ଏହି ସଭାରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନ ୨ଟାରେ ଯୋଗ ଦେଇଥିଲେ । ତାଙ୍କୁ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟି ନିଆଯାଇଥିଲା।

ରାଜ ଯୋଗିନୀ ଭିକେ କମଲେସ କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ସ୍ବାଗତ କରିବା ସହ ଆଶୀର୍ବାଦ ଦେଇଥିଲେ। ପରେ ପରେ ରାଜ ଯୋଗିନୀ କମଲେସଙ୍କ ସହ ମିଶି ୫୦ ବର୍ଷ ଉପଲକ୍ଷେ ଏକ କେକ କାଟିଥିଲେ। ପ୍ରଥମେ ରାଜ ଯୋଗିନୀ କେନ୍ଦ୍ରମନ୍ତ୍ରୀଙ୍କୁ କେକ ଖୁଆଇ ଥିଲେ ଏବଂ ପରେ ପରେ କେନ୍ଦ୍ରମନ୍ତ୍ରୀ ରାଜ ଯୋଗିନୀଙ୍କୁ କେକ ଖୁଆଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏହା ଏକ ବିଶ୍ଵ ବିଦ୍ୟାଳୟ, ଯିଏ କି ସମାଜରେ ସଂସ୍କାର ଆଣିବା ପାଇଁ ଶତ ଚେଷ୍ଟିତ। ଏହାର ଉନ୍ନତି କାମନା କରୁଛି ବୋଲି ମତ ରଖିଥିଲେ।

ad-week
Leave A Reply

Your email address will not be published.