ଅଲାଞ୍ଜୁରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳନ

add-all

ଦାରିଙ୍ଗବାଡି (୧୫/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଅଲାଞ୍ଜୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶତ ବାର୍ଷିକି ଉତ୍ସବ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି। ଏହି ଶତ ବାର୍ଷିକ ଉତ୍ସବ ପାଳନ ଅବସରରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ଯୋଗଦେଇଥିଲେ। ବିଧାୟକଙ୍କ ଦ୍ଵାରା ନାମ ଫଳକର ଉଦ୍ଘାଟନ କରାଯାଇ ଥିଲା। ଏହା ପରେ ବାର୍ଷିକ ଉତ୍ସବ ପାଳନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥଲା। ଏଥିରେ ବିଦ୍ୟାଳୟର ପୂରାତନ ଛାତ୍ର ତଥା ପ୍ରଫେସର୍ ବିଭୁ ନନ୍ଦନ ସିଂ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଏସ୍ ଏଫ୍ ଡି ସି ଅନୁଷ୍ଠାନର ପରିଚାଳକ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଥାନା ଅଧିକାରୀ ରମାକାନ୍ତ ସେଠୀ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ପୂରାତନ ଛାତ୍ରୀ ଅଞ୍ଜନା ସିଂ, ପୂରାତନ ଛାତ୍ର ତଥା ଅବସର ପ୍ରାପ୍ତ ଶିକ୍ଷକ ପାନ୍ତାଲିଅନ୍ ଦଣ୍ଡସେନା, ଯାଜକ ଅଗସ୍ତିନ ସିଂ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି , ଗ୍ରାମବାସୀ, ଅଭିଭାବକ, ପୂରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ରାଜୁ ସିଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ସ୍ବାଗତ କରିଥିଲେ। ରମାକାନ୍ତ ସିଂ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ। ପ୍ରକାଶ ଥାଉକି ୧୯୨୨ ମସିହାରେ ମିଶନାରୀ ଯାଜକ ସ୍ବର୍ଗତ ଭାଲେରିଆନ ମାର୍କୁସ୍ ଙ୍କ ଦ୍ଵାରା ଝାଟି ମାଟି, ଗୋବର ଲିପା ଚଟାଣ,ଚାଳ ଛପର ଘରେ ପାଠ ପଢା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସ୍ବର୍ଗତ ଦାବିଦ ବଳଦେବସିଂ ପ୍ରଥମ ଶିକ୍ଷକ ଭାବେ ନିଯୁକ୍ତ ହୋଇ ଶିକ୍ଷାଦାନ ଆରମ୍ଭ କରିଥିଲେ। ୧୯୭୬ ମସିହାରେ ଏହି ବିଦ୍ୟାଳୟ ସରକାରୀ ମାନ୍ୟତା ପାଇଥିଲା ଏବଂ ୧୯୮୮ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିବର୍ତ୍ତନ ହୋଇଥିଲା । ଏହି ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରି ଅନେକ ଛାତ୍ର ଛାତ୍ରୀ ଯୋଗ୍ୟ ବିବେଚିତ ହୋଇ ସମାଜ ତଥା ଦେଶର ଟେକ ରଖଛନ୍ତି ଯାହାର ଏକ ଲମ୍ବା ତାଲିକା ଅଛି। ସେମାନଙ୍କ ମଧ୍ୟରୁ ଚାରିଜଣ ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗ ଦେଇ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିବା ବେଳେ ଏହି ବିଦ୍ୟାଳୟ ତଥା ଗ୍ରାମର ବରପୁତ୍ର ଭାବେ ସ୍ବର୍ଗତ ଜାଜକ ପାସ୍କାଲ ଓ ସିପ୍ରୀୟାନ ଶିକ୍ଷାର ଅଗ୍ରଗତି ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ମାନ ଗଢ଼ି ତୋଳିଛନ୍ତି ସେହିପରି ସ୍ବର୍ଗତ ବିଜୟାନନ୍ଦ ସିଂ ନିଜ ପ୍ରଚେଷ୍ଟରେ ଏକ ଅନୁଷ୍ଠାନ ଗଢି ଗ୍ରାମାଞ୍ଚର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ଚିହ୍ନଟ କରି ସେମାନଙ୍କୁ ଡାକ୍ତର ଓ ଇଞ୍ଜିନିୟର ପାଠ ପଢ଼ାର ସୁଯୋଗ ସୃଷ୍ଟି କରିଛନ୍ତି। ଏହି ଅବସରରେ ଶିଶୁ ଦିବସ ପାଳନ ଅବସରରେ ପଣ୍ଡିତ ଜବାହର ଲାଲ୍ ନେହେରୁ ଙ୍କ ଜନ୍ମ ଦିନ ଭାବେ ସାରା ଦେଶ ସ୍ମରଣ କରୁଥିବା ବେଳେ ଆଜି ଏହି ଶତାୟୁ ବିଦ୍ୟାଳୟର ଯୋଗ୍ୟ ଛାତ୍ର ଛାତ୍ରୀ ଙ୍କ ଅବଦାନ କୁ ସ୍ମରଣ କରାଯାଇଛି। ଶତବାର୍ଷିକୀ ପାଳନ ଅବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା, ଏଥିରେ କୃତ କାର୍ଯ୍ୟ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା।
ଗ୍ରାମ୍ୟ ପରିଚାଳନା କମିଟି, ସ୍କୁଲ ପରଚାଳନା କମିଟି ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମିଳିତ ଉଦ୍ୟମରେ ସଭାପତି କେତେଙ୍ଗା ମାଝୀ(ଗୋପାଳ) ଙ୍କ ନେତୃତ୍ବରେ ଜୁବୁଲି ପରିଚାଳନା କମିଟି ଗଠନ କରି ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ବେଳେ ରମାକାନ୍ତ ସିଂ ଉଇଲିୟମ ସିଂ, ବିପିନ ବିହାରୀ ସିଂ ଗ୍ରାମର ଯୁବ ସଂଘ, ଗ୍ରାମବାସୀ ମାନେ ପରିଚାନା ରେ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ବିପିନ ବିହାରୀ ରଣସିଂ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.