ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ସହଦ ବିର୍ସାମୁଣ୍ଡା ଜୟନ୍ତି ପାଳିତ

add-all


ଉମରକୋଟ : ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଉମରକୋଟ ସହରରେ ୧୪୭ ତମ ସହିଦ ବିର୍ସାମୁଣ୍ଡା ଜୟନ୍ତି ପାଳନ ପାଳିତ ହୋଇଯାଇଛି | ସୂଚନା ପ୍ରକାରେ ଆଜି ଅବିଭକ୍ତ କୋରାପୁଟର ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ହଜାର ହଜାର ଦଳିତ, ଅବହେଳିତ ଆଦିବାସୀଙ୍କୁ ଆମନ୍ତ୍ରଣ କରି ଉମରକୋଟ ମାଁ ପେନଡ଼୍ରାଣୀ ମନ୍ଦିରରୁ ଶୋଭା ଯାତ୍ରା ବାହାରି ସମ୍ବିଧାନ ବଞ୍ଚାଅ, ଆଦିବାସୀ ବଞ୍ଚାଅ, ଦେଶ ବଞ୍ଚାଅ ଧ୍ୱନି ଦେଇ ସହର ସାରା ପରିକ୍ରମା କରି ୟୁ, ଭି,3 ଡାଙ୍ଗରୀଗୁଡା ପଡ଼ିଆ ଠାରେ ପହଁଚି ସଭା କାର୍ଯ୍ୟ ଆରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟରୁ ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ | କୁସୁମଖୁଣ୍ଟିରୁ ଶ୍ରୀ ଜଗଜୀବନ କୁମ୍ଭାର, ସିମିଲିଗୁରାରୁ ଶ୍ରୀ ଜଗଦୀଶ ଖୋରା, ଦେଉମାଳୀରୁ ଶ୍ରୀ ବିଶ୍ୱନାଥ ଦେଉରିଆ, ନବରଙ୍ଗପୁରରୁ ଚନ୍ଦ୍ରଧଜ ମାଝୀ ଉପସ୍ଥିତ ରହି ସହିଦ ବିର୍ସାମୁଣ୍ଡାଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ | ଆଦିବାସୀ ସମାଜର ସମସ୍ତଙ୍କ ସାଙ୍ଗରେ ଭାଇଚାରା ସୃଷ୍ଟି କରି ଏକ ସାଙ୍ଗରେ ସୁଖ ଦୁଃଖର ସାଥି ହେଇପାରିବା,ଏଥିରେ ଉମରକୋଟ ଭାରତୀୟ ଜନତାପାର୍ଟି ଯୋଗଦାନ କରି ସ୍ୱାଗତ ଜଣାଇବା ସହିତ ସବୁ କାର୍ଯରେ ସହଯୋଗ କରିଥିଲେ, ଏବଂ ବାବା ସାହେବ ଆମ୍ବେଦକର ସଂଘର ସମସ୍ତ କାର୍ଯ୍ୟକର୍ତା ସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଯକ୍ରମକୁ ଆଗକୁ ନେବାରେ ସହଯୋଗ କରିଥିଲେ | ମୁଖ୍ୟ ପରିଚାଳନାରେ ଶ୍ରୀ ଚୁନିଲାଲ ମିର୍ଜା, ଶ୍ରୀ ମନହର ଜାଣି, ଶ୍ରୀ କୋମଲ ବଞ୍ଜରା, ଶ୍ରୀ ଦିପକ ଦାଶ ରହିଥିଲେ, ଶେଷରେ ସମସ୍ତଙ୍କୁ ଅନ୍ୟ ଦାନ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରି କାର୍ଯକ୍ରମ ସମାପନ କରାଯାଇଥିଲା |

ad-week
Leave A Reply

Your email address will not be published.