ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

add-all

ଚିତ୍ରକୋଣ୍ଡା (୧୫/୧୧) : ଅଧୁନାତନ ସମସ୍ୟା ବହୁଳ ସମାଜରେ ଅବକ୍ଷୟିଷ୍ଣୁ ବୈଦିକ ସଂସ୍କୃତିକୁ ସୁନିୟୋଜିତ ଭାବରେ ପୁନଶ୍ଚ ଜାଗରଣ କରିବା ପୂର୍ବକ ଆଗାମୀ ପିଢ଼ିକୁ ସଂସ୍କୃତି ସମ୍ପନ୍ନ କରିବା ଉଦ୍ଦେଶ୍ୟରେ, ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବିଗତ ବର୍ଷ ମାନଙ୍କ ପରି ଏକ ଗୀତା ଆବୃତ୍ତି ପ୍ରତିଯୋଗୀତା କାର୍ଯକ୍ରମ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦରମହକୁମା ସ୍ଥିତ ଶିଶୁବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି; ଯେଉଁଥିରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅବିଭାବକ ଯୋଗଦାନ କରି ଏହାକୁ ସଫଳ କରିଥିଲେ । ସଂସ୍ଥା ତରଫରୁ ସର୍ବଶ୍ରୀ ଭୁବନାନନ୍ଦ ସାହୁ/ ଗୋପବନ୍ଧୁ ମିଶ୍ର ଏହାକୁ ପରିଚାଳନା କରିଥିବା ବେଳେ, ଅତିଥି(ବକ୍ତା) ଭାବରେ ଅଧ୍ୟାପକ ଶ୍ରୀଯୁକ୍ତ ଶ୍ରୀନିବାସ ରାଓ,ବରିଷ୍ଠ ଶିକ୍ଷକ ଅନନ୍ତ ମହାନ୍ତି, ବାନାମ୍ବର ପ୍ରଧାନ ,ଉମେଶ ଚନ୍ଦ୍ର ମେହେର, ତପନ ସାମଲ,ନୀଳାଚଳ ସାହୁ, ସମାଜସେବୀ ସ୍ମୃତିରଞ୍ଜନ ନାୟକ ଓ ସୁନାଧର ମୁଦୁଲି ମଞ୍ଚାସୀନ ହୋଇ ଏହି ଭଳି କାର୍ଯ୍ୟକ୍ରମର ଉପଯୋଗୀତା ଉପରେ ଆଲୋକପାତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପ୍ରୋତ୍ସାହନ ଓ ଦିଗ୍-ଦର୍ଶନ ପ୍ରଦାନ କରିଥିଲେ । ପରିଶେଷରେ ପ୍ରଜ୍ଞାନ ମିଶନ ଦ୍ବାରା ମୁଦ୍ରିତ ଗୀତା ପ୍ରସାଦ ପୁସ୍ତିକା ବିତରଣ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିବା ପୂର୍ବରୁ ଶ୍ରୀଯୁକ୍ତ ସାହୁ ସଂସ୍ଥାର ଆଗାମୀ ଦିନରେ ଗୀତାର ସ୍ୱାଧ୍ୟାୟ ଗୀତା ସୁଗିତା କର୍ତ୍ତବ୍ୟା ଉପରେ ପର୍ଯ୍ୟବେସିତ ଅନ୍ୟକିଛି ଯୁଗୋପଯୋଗୀ କାର୍ଯକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ତଥା ଅବିଭାବକ ମହଲରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଚେତନାଭିତ୍ତିକ କାର୍ଯକ୍ରମକୁ ଖୁବ୍ ସ୍ବାଗତ ଏବଂ ପ୍ରଶଂସା କରାଯାଇଥିବାର ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.