ବିଶାଳ ଶୋଭାଯାତ୍ରା କରି ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କଲା କନ୍ଧମାଳ : ଏବିଭିପି

add-all

ଫୁଲବାଣୀ:- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଘୁ :ଉଦୟଗିରି ମାର୍କେଟ ରେ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ହୋଇଯାଇଛି! କନ୍ଧମାଳ ଜିଲ୍ଲା ର ପ୍ରତେକ କଲେଜ କ୍ୟାମ୍ପସ ରୁ 200 ରୁ ଉର୍ଦ୍ଧ ଜନଜାତି ଛାତ୍ର ଛାତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ଉଦୟଗିରି ମାର୍କେଟ ର ଗାନ୍ଧିଛକ ଠାରେ ଏକତ୍ରିତ ହୋଇଥିଲେ !! ଗାନ୍ଧିଛକ ରୁ ଶୋଭାଯାତ୍ରା ବାହାରି ବନ୍ଧଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ଥିବା ଚକରା ବିଶୋଇଙ୍କ ପ୍ରତି ମୂର୍ତ୍ତି ଆଗରେ ଏକ ସଭା ହୋଇଥିଲା ! ଏଥିରେ ମୁଖ୍ୟ ବକ୍ତା ଭାବେ କନ୍ଧମାଳ ଜିଲ୍ଲା ର ଜିଲ୍ଲା ସଂଯୋଜକ ଉପସ୍ଥିତ ରହି ବର୍ତ୍ତମାନ ସମୟରେ ଦେଶ ଛାତ୍ର ଛାତ୍ରୀ ମାନଙ୍କଠାରୁ ଦେଶ ପାଇଁ ଜୀବନ ମାଗୁନାହିଁ ମାଗୁଛି ସମୟ ଓ ବର୍ତ୍ତମାନ ଦେଶର ମହା ମହିମ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ସେ ମଧ୍ୟ ଜଣେ ଜନଜାତି କ୍ଷେତ୍ରର ଲୋକ ଦେଶର ପ୍ରତେକ କ୍ଷେତ୍ର ରେ ଜନଜାତି ଛାତ୍ର ଛାତ୍ରୀ ମାନେ ହିଁ ଦେଶକୁ ସବୁ କ୍ଷେତ୍ରରେ ଆଗକୁ ନେବେ ବୋଲି ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ସେଠୀ କହିଥିଲେ ଏବଂ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ସବୁକିଛି ସୁବିଧା ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି ସମସ୍ତ ଜନଜାତି ଛାତ୍ର ଛାତ୍ରୀ ଗୁଣବତ୍ତା ପୂର୍ଣ୍ଣ ଶିକ୍ଷା ଓ ସୁଲଭ ଶିକ୍ଷା ପାଇଁ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ସ୍କଲାରସିପି ମାଧ୍ୟମରେ ଆର୍ଥିକ ସହଯୋଗ କରୁଛନ୍ତି ବୋଲି ରୁଦ୍ର ପ୍ରସାଦ ସେଠୀ ବିଷୟ ରଖିଥିଲେ !! ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି ଅନନ୍ତ ଅନୁରୂପ ବେହେରା, ନଗର ସମ୍ପାଦକ ଯୋଗେସ ପ୍ରଧାନ, ଅମରାନନ୍ଦ ପ୍ରଧାନ, ଜିଲ୍ଲା ପ୍ରମୁଖ ଶିବଶିଷ ପଣ୍ଡା, ଜିଲ୍ଲା ସଂଗଠନ ସମ୍ପାଦକ ଟୁକୁନା କୁମାର ମଲିକ, ବିଭାଗ sfs ଦିବ୍ୟ ରଞ୍ଜନ ଡାକୁଆ, ରଜତ ବେହେରା, ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ !!

ad-week
Leave A Reply

Your email address will not be published.