
ବ୍ରହ୍ମପୁର : ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ବାଚନର ଅନ୍ତ ଘଟିଛି l କୁକୁଡ଼ା ଖଣ୍ଡି ସେବା ସମବାୟ ସମିତିର ସଭାପତି ଶିବରାମ ପାତ୍ର ନିନ୍ଦ୍ୱନ୍ଧରେ ବିସିସି ବ୍ୟାଙ୍କର ସଭାପତି ନିର୍ବାଚିତ ହୋଇଛନ୍ତି l ସେଜଣେ ମେଳାପି ମିଷ୍ଟଭାଷୀ ଅମାୟିକ ବ୍ୟକ୍ତିତ୍ୱ, ସେ ସମବାୟ ନିର୍ବାଚନରେ ପ୍ରଥମ ଥର ପାଇଁ ପାଦ ଦେଇ BCC ବ୍ୟାଙ୍କର ସଭାପତି ହେବେ ବୋଲି କେବେ କଳ୍ପନା କରିନଥିଲେ l ଛକା ପଞ୍ଜା ଲଢେଇ ମଧରେ ସମବାୟବିତ ସୁଧିର ରାଉତଙ୍କୁ ବତିଶି ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ସାଙ୍ଗକୁ ବିଜୁ ଜନତା ଦଳର ଅତି ଆପଣାର ହୋଇପାରିଲେ l ମନ୍ତ୍ରୀ, ବିଧ୍ୟାୟକ, ସାଂସଦ ମାନେ ଦଳୀୟ ହାଇକମାଣ୍ଡ ନିକଟରେ ଶିବରାମପାତ୍ରଙ୍କ ନାମ ସୁପାରିଶ କରିଥିଲେ l ଶେଷରେ ନିବନ ନିବାସରେ ମୋହର ବାଜିଥିଲା l କୁକୁଡାଖଣ୍ଡିରେ ଖୁସିର ଲହରୀ ଖେଳିଯାଇଛି l ଚାଷୀ, ଚାଷ, ସମବାୟ ସମିତି ଗୁଡିକର ଉନ୍ନତି ସାଙ୍ଗକୁ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବା ମୋର ପ୍ରଥମ ଲକ୍ଷ ବୋଲି ଏକ ପ୍ରେସ ବିବୃତ୍ତିରେ ନବ ନିର୍ବାଚିତ ସଭାପତି ଜଣାଇଛନ୍ତି l ଆଜି ଧାର୍ଯ୍ୟ ସମୟ ମଧରେ କେବଳ ଗୋଟିଏ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଯୋଗୁଁ ନିର୍ବାଚନ ଅଧିକାରୀ ପର୍ଶୁରାମ ପାତ୍ର ବିଧିବଦ୍ଧ ଭାବେ ଶିବରାମ ପାତ୍ରଙ୍କୁ ବିଜୟୀ ଘୋଷଣା କରିଥିଲେ l ଗଞ୍ଜାମ ଜ଼ିଲ୍ଲା ବିଜୁଜନତା ଦଳ ପକ୍ଷରୁ ନବ ନିର୍ବାଚିତ ସଭାପତିଙ୍କୁ ସ୍ୱାଗତ କରିବା ସାଙ୍ଗଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଜୟ ଉତ୍ସବ ପାଳନ କରାଯାଇଥିଲା l ଏହି କାଯ୍ୟକ୍ରମରେ ବିଜେଡି ଜ଼ିଲ୍ଲା ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନଗର ଉନ୍ନୟନ ଗୃହ ମନ୍ତ୍ରୀ ଉଷା ଦେବି, ପଞ୍ଚାୟତ ରାଜ ଜଙ୍ଗଲ ପରିବେଷ ମନ୍ତ୍ରୀ ପ୍ରଦୀପ ଅମାତ, ମେୟର ସଂଘମିତ୍ରା ଦଳାଇ, ରାଜ୍ୟ କାଜୁ ନିଗମ ଅଦକ୍ଷ ସୁବାସ ମହାରଣା, ବରିଷ୍ଠ ବିଜେଡି ନେତା ତ୍ରିଗୁଣlତିତ ଦେଓ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିସିସି ବ୍ୟାଙ୍କ ନିର୍ଦେଶକ ବୃନ୍ଦ ରାମ ମୋହନ ପଣ୍ଡା, ପିତବାସ ଭୂୟାଁ, ସୁଷମା ବେହେରା,ଚନ୍ଦ୍ର ଶେଖର ନାୟକ, ଦୂର୍ଯ୍ୟଧନ ପରିଡା, କୋରି କୁମାରୀ ଦାସ, ବିଷ୍ଣୁ ପ୍ରିୟା ନାୟକ, ଡି. ସଞ୍ଜୀବ ରାଓ, ଗୀତାଞ୍ଜଳି ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ବାବୁ ନାୟକ, କେ କିରଣ କୁମାର, ଜ଼ିଲ୍ଲା ଯୁବ ସଂଗଠକ, ଅଜୟ ମହାରଣା, ଜ଼ିଲ୍ଲା ଭିନ୍ନକ୍ଷମ ନେତା କେ. ମଣିବାବୁ, କୁକୁଡ଼ା ଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସମବାୟ ସଂଘ ସଭାପତି କୈଳାସରଣା, ବିଆରଏମସି ସଭାପତି ସଚ୍ଚିତାନନ୍ଦ ରାଜଗୁରୁ, ଯୁବ ନେତା ଭବାନୀ ଶଙ୍କର ବିଶ୍ୱାଳ,ଜଗିଲି କୋଠିଆ, ଦିପୁ ମହାନ୍ତି, ବଶିଷ୍ଠ ଜେନା, ଅନିଲ ଗୌଡ଼, ବସନ୍ତ ସାହୁ, ନିରଂଜନ ଜେନା, ପୂର୍ବତନ ଅଧକ୍ଷ୍ୟ ଦିଲ୍ଲୀପ କୁମାର ପାତ୍ର, ଏମ ନିରଞ୍ଜନ ରେଡି, ସୁଦର୍ଶନ ବିଷୋୟୀ, ମାଗତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l