କନ୍ଧମାଳରେ ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ

add-all

କନ୍ଧମାଳ : କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୁହାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଦେବେଶ୍ୱର କହଁର(୬୦)ଙ୍କ ମୃତଦେହକୁ କୋକେଇରେ ରଖି କାନ୍ଧରେ ନିଜ ଗ୍ରାମ ଫୁଲବାଣୀ ବ୍ଲକ ତୁଡ଼ିପାଜୁ ପଞ୍ଚାୟତ ତାଡପଙ୍ଗା ଗ୍ରାମ ଶ୍ମଶାନକୁ ଆଣି ଅନ୍ତିମ ସଂସ୍କାର କରାଯାଇଛି। ମୃତଦେହକୁ ଆଣିବା ବେଳେ ଦୁଇଟି ନଦୀ, ୩ଟି ପାହାଡ଼ ମଧ୍ୟ ଅତିକ୍ରମ କରିବାକୁ ପଡ଼ିଛି। ତାଡ଼ପଙ୍ଗା ଗ୍ରାମର ଦେବେଶ୍ୱରଙ୍କୁ ହଠାତ ପକ୍ଷାଘାତ ହୋଇଥିଲା l ପରିବାର ଲୋକେ ତାଙ୍କୁ ୫ କି.ମି. ଭାରରେ କାନ୍ଧେଇ ଡକାଙ୍ଗି ଯାଏ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା l ସେଠାରେ କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଫୁଲବାଣୀ ଆଇଟିଆଇ ପାଖ ରାସ୍ତା ଦେଇ ପ୍ରାୟ ୨୦ କି.ମି. ରାସ୍ତା ଅତିକ୍ରମ କରି ଡକାଙ୍ଗି ପର୍ଯ୍ୟନ୍ତ ଅଣାଯାଇଥିଲା l ସେଠାରୁ ଆଉ ଗାଁକୁ ରାସ୍ତା ନ ଥିବାରୁ ଲୋକେ କୋକେଇରେ ୫ କି.ମି. କାନ୍ଧେଇ ଗ୍ରାମକୁ ନେଇଥିଲୋ କେବଳ ମୃତଦେହ ନୁହେଁ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ ମଧ୍ୟ ଭାରରେ ନେବାକୁ ପଡୁଛିା ଗାଁରୁ ୫/୬ କି.ମି ଭାରରେ ଆସିବା ପରେ ଆମ୍ବୁଲାନ୍ସ ମିଳିଥାଏ l ସବୁବେଳେ ଏପରି ସମ୍ଭବ ହେଉ ନ ଥିବାରୁ ବାଟରେ ପ୍ରସବ ହୋଇଥାଏ। ପ୍ରସୂତି ଏବଂ ନବ ଜାତକଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏପରି ଅନେକ ଘଟଣା ଘଟୁଛିl ରାସ୍ତା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସୁଫଳ ମିଳୁନି ବୋଲି ପୂର୍ବତନ ସରପଞ୍ଚ ମୃତ୍ୟୁଞ୍ଜୟ କହଁର, ଚକ୍ରଧର ମଲ୍ଲିକ, ଜାନକୀ ରାସ୍ତା କହଁର ପ୍ରମୁଖ ପ୍ରକାଶ କରଛନ୍ତି।

ad-week
Leave A Reply

Your email address will not be published.