ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସେବାୟତ ଗୁରୁକୂଳ ନିର୍ମାଣ ନେଇ ଆଲୋଚନା

add-all

ପୁରୀ ୧୬।୧୧ : ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ସେବାୟତ ଗୁରୁକୂଳ ନିର୍ମାଣ ନେଇ ଆଲୋଚନା।

ଖବର ଅନୁଯାୟୀ, ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ଵର ସାହି ମୌଜା ମାଟି ତୋଟା ଅଞ୍ଚଳରେ ନିର୍ମାଣ ହେବ ସେବାୟତ ଗୁରୁକୂଳ।  ଏଥିଲାଗି ବୁଧବାର କ୍ଷେତ୍ର ପରିଦର୍ଶନ ପରେ ବୈଠକରେ ସାମିଲ ହେଲେ ଓବିସିସି ଓ ବିର୍ଲା ଫାଉଣ୍ଡେସନ ଟିମ୍। ସେବାୟତ ଗୁରୁକୂଳ ନିର୍ମାଣ ନେଇ ବିର୍ଲା ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡିଜାଇନ୍ ନେଇ ବୈଠକରେ ଆଲୋଚନା। ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୈଠକରେ ଉପସ୍ଥିତ।

ad-week
Leave A Reply

Your email address will not be published.